fbpx

ଭାରତର ଏପରି ଏକ ରହସ୍ୟମୟୀ ମନ୍ଦିର, ଯାହାର ଦ୍ୱାର ଖୋଲିଲେ ଘଟେ ବଡ଼ ବିପର୍ଯ୍ୟୟ: ଜାଣନ୍ତୁ ଏହାର ରହସ୍ୟ

ଭାରତ ବର୍ଷରେ ଅନେକ ମନ୍ଦିର ଅଛି ଯାହା ଆଶ୍ଚର୍ଯ୍ୟଜନକ ଶକ୍ତି ସହିତ ଜଡ଼ିତ ରହିଛି । ଅନ୍ୟପକ୍ଷରେକେତେକ ମନ୍ଦିର ଏତେ ରହସ୍ୟମୟ ଯେ ବିଜ୍ଞାନ ମଧ୍ୟ ତାହାର ସମାଧାନ କରିବାରେ ସକ୍ଷମ ହୋଇ ନାହିଁ । କେରଳର ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ଦେଶର ସବୁଠାରୁ ଧନୀ ମନ୍ଦିର ଭାବରେ ପରିଗଣିତ ହୁଏ । କେବଳ ଏତିକି ନୁହେଁ ଏହି ମନ୍ଦିର ଚାରିପାଖରେ ଗଭୀର ରହସ୍ୟ ମଧ୍ୟ ଲୁଚି ରହିଛି ।

ବିଶ୍ୱାସ କରାଯାଏ ଯେ ଆଜି ମଧ୍ୟ ମନ୍ଦିରର ସପ୍ତମ ଦ୍ୱାର ସମସ୍ତଙ୍କ ପାଇଁ ଏକ ଅଡ଼ୁଆ ସୁତା ହୋଇ ରହିଛି । ଆଜି ପର୍ଯ୍ୟନ୍ତ କେହି ଏହି ମନ୍ଦିର ଦ୍ୱାର ଖୋଲି ପାରିନାହାଁନ୍ତି । ଆଶ୍ଚର୍ଯ୍ୟର କଥା, ଏହି କବାଟ କାଠରେ ତିଆରି । ଏହି କବାଟ ଖୋଲିବା କିମ୍ବା ବନ୍ଦ କରିବା ପାଇଁ କୌଣସି ଲିଙ୍କ୍, ନଟବୋଲ୍ଟ, ଚେନ୍ କିମ୍ବା ଲକ୍ ନାହିଁ । କବାଟ କିପରି ବନ୍ଦ ହୋଇଛି ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ଏପରିକି ଏହା ମଧ୍ୟ ବୈଜ୍ଞାନିକଙ୍କ ପାଇଁ ରହସ୍ୟ ହୋଇ ରହିଛି ।

ମନ୍ଦିରରେ ପଦ୍ମନାଭ ସ୍ୱାମୀଙ୍କ ପ୍ରତିମା କେବେ ଓ କିଏ ସ୍ଥାପନ କରିଥିଲେ ସେ ବିଷୟରେ କାହାରି ପାଖରେ କୌଣସି ସଠିକ ସୂଚନା ନାହିଁ । କିନ୍ତୁ ଟ୍ରାଭାଙ୍କୋର ଐତିହାସିକ ଡା ଏଲ ଏ ରବି ବର୍ମାଙ୍କ ଅନୁଯାୟୀ, ଏହି ରହସ୍ୟମୟ ମନ୍ଦିର ୫ ହଜାର ବର୍ଷ ପୂର୍ବେ କଳି ଯୁଗର ପ୍ରଥମ ଦିନରେ ପ୍ରତିଷ୍ଠିତ ହୋଇଥିଲା । ମନ୍ଦିରରେ ୭ଟି ଗୁପ୍ତ କୋଠରୀ ଅଛି ଏବଂ ପ୍ରତ୍ୟେକ ମହଲାରେ ଏକ କବାଟ ଲାଗିଛି । କିନ୍ତୁ ୨୦୧୧ରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଗୋଟିଏ ପରେ ଗୋଟିଏ ୬ଟି ସେଲଟର ଖୋଲାଯାଇଥିଲା । ମୋଟ ଉପରେ ୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ସୁନା ଏବଂ ହୀରା ଅଳଙ୍କାର ଏହି ସେଲଟରରୁ ମିଳିଥିଲା, ଯାହା ପରେ ମନ୍ଦିର ଟ୍ରଷ୍ଟରେ ରଖାଯାଇଥିଲା ।

କିନ୍ତୁ ଯେତେବେଳେ ଏହା ଶେଷ ଏବଂ ସପ୍ତମ ଦ୍ୱାର ଖୋଲିବାକୁ ଆସିଲା, ସେଠାରେ ପହଞ୍ଚିବା ପରେ ନାଗଙ୍କ ଏକ ଅଦ୍ଭୁତ ଚିତ୍ର ଦ୍ୱାରରେ ଦେଖାଗଲା । ଏହା ପରେ କବାଟ ଖୋଲିବାକୁ ଚେଷ୍ଟା କରାଯାଇନଥିଲା । ଫଳରେ କୌଣସି ପ୍ରୟାସ ନ ହେବାରୁ ତାହା ବନ୍ଦ ହୋଇଯାଇଥିଲା । କୁହାଯାଏ ଆଜି ପର୍ଯ୍ୟନ୍ତ ସେହି ପ୍ରୟାସ ପରଠାରୁ କେହି ଖୋଲିବାକୁ ଉଦ୍ୟମ କରିନାହାନ୍ତି । ବିଶ୍ୱାସ ରହିଛି ଯେ ଏହି ଦ୍ୱାରକୁ ନିଜେ ଭଗବାନ ବିଷ୍ଣୁଙ୍କ ଅବତାର ଜଗି ରହିଛନ୍ତି । ତେଣୁ ଏହି ଦ୍ୱାର ଖୋଲିଲେ କୌଣସି ଏକ ବଡ଼ ବିପର୍ଯ୍ୟୟ ଘଟିପାରେ ବୋଲି ମନ୍ଦିରର ପୂଜକମାନେ କହିଥାନ୍ତି ।

Get real time updates directly on you device, subscribe now.