fbpx

ସ୍ୱର ଦମନ ପାଇଁ ଷଡଯନ୍ତ୍ର: ସ୍ୱର ଦମନ ପାଇଁ ସଞ୍ଜୟଙ୍କୁ ଗରିଫ-ଆଦିତ୍ୟ ଠାକରେ

ମୁମ୍ବାଇ: ଗତକାଲି ରାତି ୧୨ଟାରେ ଶିବ ସେନା ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଏହା ସହିତ ଆଜି ଅପରାହ୍ନ ୧ଟାରେ ତାଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯିବ । ପାତ୍ରା ଚୌଲ ଜମି ଦୁର୍ନୀତି ମାମଳାରେ ତାଙ୍କୁ ଇଡି ଗିରଫ କରିଥିବା ବେଳେ ତାଙ୍କ ଘରୁ ନଗଦ ୧୧ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି । ସେପଟେ ଗିରଫ ହେବା ସମୟରେ ସଞ୍ଜୟ କହିଛନ୍ତି ଯେ ମୁଁ ଆପଣଙ୍କୁ ଆଗରୁ କହୁୁ ଥିଲି ସେମାନେ ମତେ ଗିରଫ କରିବାକୁ ଯାଉଛନ୍ତି । ଏହା ସହିତ ସେ ମୋର ସ୍ୱରକୁ ଚାପି ଦେବାକୁ ଚାହୁଁଛନ୍ତି । କିନ୍ତୁ ଏହା ସମ୍ଭବ ନୁହେଁ ମୁଁ ବାଲା ସାହେବଙ୍କ ରାଣ ଖାଇ କହୁଛି ମରି ଯିବି କିନ୍ତୁ ମୁଁ ଶିବ ସେନା ଛାଡିବି ନାହିଁ ।

ସେପଟେ ସଞ୍ଜୟଙ୍କର ଏହି ଗିରଫ ଉପରେ ମୁହଁ ଖୋଲିଛନ୍ତି ଆଦିତ୍ୟ ଠାକରେ । ମହାରାଷ୍ଟ୍ରର ଶିବ ସମ୍ବାଦ ଯାତ୍ରାରେ ଆଦିତ୍ୟ ଆସିଥିବା ବେଳେ ଚିପି ବିମାନବନ୍ଦରରେ ଗଣମାଧ୍ୟମଙ୍କ ସହ କଥା ହୋଇ ଆଦିତ୍ୟ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ମହାରାଷ୍ଟ୍ରର ସ୍ୱରକୁ ଦମନ କରିବା ପାଇଁ ଏହା ହେଉଛି ଏକ ଷଡଯନ୍ତ୍ର ଏବଂ ଏହା ସମଗ୍ର ବିଶ୍ୱ ଜାଣିଛି ।

ଏହାପରେ ଆଦିତ୍ୟ ଏକନାଥ ସିନ୍ଦେ ଆଉ ଦେବେନ୍ଦ୍ର ଫଡନାଭିଶଙ୍କୁ କଟାକ୍ଷ କରି କହିଛନ୍ତି । ବର୍ତ୍ତମାନ ସେମାନେ ଡାର୍ଟି ପଲିଟିକ୍ସ କରୁଛନ୍ତି ବୋଲି ଆଦିତ୍ୟ କହିଛନ୍ତି । ଏହା ସହିତ ସେ ପ୍ରକାଶ କରିଛନ୍ତି ଯେ ମୁଁ ଯେବେ ଠାରୁ ରାଜନୀତିରେ ପାଦ ଦେଲିଣି କେବେ ଏଭଳି ପରିସ୍ଥିିିତି ଦେଖି ନଥିଲି ,କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ବଦଳି ଗଲାଣି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେମାନେ କଣ କରୁଛନ୍ତି ଆପଣ ସବୁ ଦେଖି ପାରୁଥିବେ । ଏବେ ମହାରାଷ୍ଟ୍ରରେ ଦଳ ବିଭାଜନ କାମ ଚାଲିଛି ବୋଲି ଆଦିତ୍ୟ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.