fbpx

ବଢ଼ିଲା ସ୍କୁଲରେ ନାମ ଲେଖା ଅବଧି

ଭୁବନେଶ୍ୱର, ୧୫ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲ ପିଲାଙ୍କ ନାମ ଲେଖା ଅବଧି ବୃଦ୍ଧି କରାଯାଇଛି । ପିଲାମାନେ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଅଗଷ୍ଟ ୧୪ଯାଏ ନାମ ଲେଖାଇ ପାରିବେ । ଜୁନ ୮ରୁ ସ୍କୁଲରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୂଚନା ମୁତାବକ ଏହା ଜୁଲାଇ ୧୫ଯାଏ ଚାଲିବାର ଥିଲା । କିନ୍ତୁ କରୋନା ଦୃଷ୍ଟିରୁ ନାମ ଲେଖା ପ୍ରକ୍ରିୟା ଅବଧିକୁ ଅଗଷ୍ଟ ୧୪ ଯାଏଁ ବୃଦ୍ଧି କରିଛି ଗଣଶିକ୍ଷା ବିଭାଗ ।

Get real time updates directly on you device, subscribe now.