fbpx

DEO / ଜୁନିୟର ଟାଇପିଷ୍ଟ ପଦ ପାଇଁ ଆଡମିଟ୍ କାର୍ଡ ଜାରି କଲା ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଗତ ବର୍ଷ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ତେବେ ଉକ୍ତ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ବିଭିନ୍ନ ତ୍ରୁଟି କାରଣରୁ ୨୬୯ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ରିଜେକ୍ଟ ହୋଇଯାଇଛି । ସେନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି ।

ତେବେ ଗତ ୧୨ ତାରିଖରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦର ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା । ଏହା ମଧ୍ୟରେ ଆଜି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଡିଇଓ / ଜୁନିୟର ଗ୍ରେଡ ଟାଇପିଷ୍ଟ ପଦ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ (ରବିବାର) ଦିନ ସକାଳ ୯ଟାରୁ ୧୧ଟା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସକାଳ ୭.୩୦ରେ ଧାର୍ଯ୍ୟ ଭେନ୍ୟୁରେ ଉପସ୍ଥିତ ହେବାକୁ ପଡ଼ିବ । ଫେବୃଆରୀ ୧୬ ତାରିଖ ସକାଳ ୮ଟା ଠାରୁ ମାର୍ଚ୍ଚ ମାସ ୩ ତାରିଖ ସକାଳ ୭ଟା ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ସିଲେକ୍ଟ ହେବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ୧୯,୯୦୦- ୬୩,୨୦୦/- ଲେବଲ-୪ ସ୍କେଲ ପେ’ ଅନୁସାରେ ବେତନ ପ୍ରଦାନ କରାଯିବ । ୟୁଆର, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସି) ଓ ଅନୁସୂଚିତ ଜନଜାତି (ଏସଟି) ଆଦି ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ଏଥିରେ ପଦ ସଂରକ୍ଷିତ ରହିଛି । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୨ ବର୍ଷ ମଧ୍ୟରେ ରହିଥିଲା । ଏସସି, ଏସଟି, ଏସଇବିସି ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ୫ ବର୍ଷ କୋହଳ କରାଯିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା । ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କାର ଆବେଦନ ଫିସ୍ ରହିଥିଲା । ପ୍ରିଲିମିନାରୀ, ଭାଷା ପରୀକ୍ଷା, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ, ମୁଖ୍ୟ ଲିଖିତ ପରୀକ୍ଷା, ସାକ୍ଷାତକାର ଆଦି ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ: https://orissahighcourt.nic.in/recruitment-corner-portal/

Get real time updates directly on you device, subscribe now.