fbpx

ଗୋଦାମରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୧ ଜଣଙ୍କ ମୃତ୍ୟୁ, ୪ ଜଣ ଆହତ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ଦିଲ୍ଲୀର ଅଲୀପୁରରେ ଦୁଇଟି ପେଣ୍ଟ ଓ କେମିକାଲ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହିତ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତକଙ୍କୁ ବାବୁ ଜଗଜୀବନ ରାମ ହସ୍ପିଟାଲକୁ ନିଆଯାଇଥିବା ବେଳେ ଆହତମାନଙ୍କୁ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତ ବ୍ୟକ୍ତିଙ୍କ ଚିହ୍ନଟ କରାଯାଇନଥିବା ଜଣାପଡ଼ିଛି ।

ଦିଲ୍ଲୀର ଅଲୀପୁର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ସେହି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ସନ୍ଧ୍ୟା ୫ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଫ୍ୟାକ୍ଟ୍ରି ଭିତରେ କାମ ଚାଲିଥିବା ସମୟରେ ଅଚାନକ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ କର୍ମଚାରୀମାନେ ତାହାକୁ ଆୟତ୍ତ କରିବା କି ବାହାରକୁ ଯିବାର ସୁଯୋଗ ପାଇନଥିଲେ । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ନିଆଁର ଶିକାର ହୋଇଥିଲେ । ଖବର ପାଇ ଦମକଳ ବାହିନୀର ୨୨ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ରାତି ୯ଟା ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.