fbpx

ଆଞ୍ଚଳିକ ଦଳ ମଧ୍ୟରେ ଡିଏମ୍‌କେ ସବୁଠୁ ଧନୀ, ଏହି ସ୍ଥାନରେ ରହିଛି ବିଜେଡ଼ି

ନୂଆଦିଲ୍ଲୀ : ଦେଶରେ ଥିବା ୩୧ଟି ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ତାମିଲନାଡୁରେ କ୍ଷମତାସୀନ ଡିଏମ୍‌କେ ସବୁଠୁ ଧନୀ ବୋଲି ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୦-୨୧ରେ ଉଭୟ ଆୟ ଓ ବ୍ୟୟ କ୍ଷେତ୍ରରେ ଡିଏମ୍‌କେ ଦେଶର ଅନ୍ୟ ସମସ୍ତ ଆଞ୍ଚଳିକ ଦଳଗୁଡ଼ିକୁ ପଛରେ ପକାଇ ଦେଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଏମ୍‌.କେ.ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ସୂତ୍ରରୁ ୧୫୦ କୋଟି ଟଙ୍କା ଆୟ କରିଥିବାବେଳେ ୨୧୮ କୋଟି ଟଙ୍କା ବ୍ୟୟ କରିଛି ।

ଆର୍ଥିକ ବର୍ଷ ୨୦୨୦ ତୁଳନାରେ ୨୦୨୧ରେ ଡିଏମ୍‌କେର ଆୟ ପ୍ରାୟ ୮୫ କୋଟି ଟଙ୍କା ବୃଦ୍ଧି ପାଇଛି । ଏହା ପଛକୁ ଜେଡିୟୁ ଓ ୱାଇଏସ୍‌ଆର୍‌ କଂଗ୍ରେସ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୧ ଆର୍ଥିକ ବର୍ଷରେ ୩୧ଟି ଆଞ୍ଚଳିକ ଦଳର ମୋଟ୍‌ ଆୟ ୫୨୯ କୋଟି ଟଙ୍କା ହୋଇଥିବାବେଳେ ଏଥିମଧ୍ୟରୁ ୨୮ଧ ଆୟ କେବଳ ଡିଏମ୍‌କେର ରହିଛି । ସେହିଭଳି ୱାଇଏସ୍‌ଆର୍‌ କଂଗ୍ରେସ ୨୦% ଭାଗ ସହ ୧୦୮ କୋଟି ଆୟ କରି ଦ୍ୱିତୀୟ ସ୍ଥାନ ହାସଲ କରିଛି ।

ତେବେ ଓଡ଼ିଶାରେ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ୧୩% ଅର୍ଥାତ୍‌ ୭୩ କୋଟି ଟଙ୍କା ଆୟ କରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୦-୨୧ରେ ୫ଟି ଆଞ୍ଚଳିକ ଦଳ ନିର୍ବାଚନୀ ବଣ୍ଡ ଜରିଆରେ ୨୫୦.୬୦ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଥିବା ଉଲ୍ଲେଖ କରିଛନ୍ତି । ୨୦୨୧ରେ ସବୁଠାରୁ ଅଧିକ ବ୍ୟୟ କରିଥିବା ଦଳଗୁଡ଼ିକ ମଧ୍ୟରେ ଡିଏମ୍‌କେ ୧ ନମ୍ବରରେ ରହିଛି । ଡିଏମ୍‌କେ ୨୧୮.୪୯ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ତେଲୁଗୁଦେଶମ ପାର୍ଟି ୫୪.୭୬୯ କୋଟି, ଏଆଇଡିଏମ୍‌ ୪୨.୩୭ କୋଟି, ଜେଡିୟୁ ୨୪.୩୫ କୋଟି ଓ ଟିଆର୍‌ଏସ୍‌ ୨୨.୩୫ କୋଟି ଟଙ୍କା ବ୍ୟୟ କରିଛନ୍ତି । ୱାଇଏସ୍‌ଆର୍‌ ଆୟ କରିଥିବା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଦଳ ୯୯% ଅର୍ଥ ଖର୍ଚ୍ଚ କରିାରି ନାହିଁ । ସେହିwରି ବିଜେଡ଼ି ୯୦% ଅର୍ଥ ଖର୍ଚ୍ଚ କରିପାରିନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.