fbpx

ସମସ୍ତ ମେଡିକାଲ କଲେଜ ପାଇଁ ଜାରି ହେଲା ଆଡଭାଇଜରି, କ୍ୟାମ୍ପସ ପରିସରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଲା NMC

ନୂଆଦିଲ୍ଲୀ: କୋଲକାତାର ଏକ ଘରୋଇ ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲା ଦେଶବ୍ୟାପି ଆନ୍ଦୋଳନର ରୂପ ନେଇଛି । କେବଳ କୋଲକାତା ନୁହେଁ ଦେଶବ୍ୟାପି ମେଡିକାଲ କଲେଜର ଛାତ୍ରଛାତ୍ରୀ ଓ ଡାକ୍ତରଙ୍କ ଧର୍ମଘଟ ଦେଖିବାକୁ ମିଳିଛି । ସମସ୍ତେ ନ୍ୟାୟ ପାଇଁ ଦାବି କରୁଛନ୍ତି । ଏଭଳି ଏକ ନିଷ୍ଠୁର ଘଟଣାକୁ ନେଇ କୋଲକାତା ହାଇକୋର୍ଟ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏଥିମଧ୍ୟରେ ନ୍ୟାସନାଲ ମେଡିକାଲ କମିଶନ୍‌(NMC) ସମସ୍ତ ମେଡିକାଲ କଲେଜ ଏବଂ ମେଡିକାଲ ଇନ୍ସଟିଟ୍ୟୁସନ୍ସଙ୍କୁ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ।

NMC ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି କି ସମସ୍ତ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିଜ ପରିସରରେ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ରେସିଡେଣ୍ଟ ଡାକ୍ତରଙ୍କ ସହ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ ମାହୋଲ ତିଆରି କରନ୍ତୁ । ଏଥିପାଇଁ ଏକ ପଲିସି ନିଜ ସଂସ୍ଥାରେ ଲାଗୁ କରନ୍ତୁ । ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି କି ପରିସର ମଧ୍ୟରେ ଥିବା କରିଡର ସଂଧ୍ୟା ସମୟରେ ଆଲୋକିତ ହେବା ଉଚିତ ଯେମିତି କି କର୍ମଚାରୀ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ । ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା ଉଚିତ । ଏହା ବ୍ୟତୀତ ମେଡିକାଲ ଛାତ୍ରଙ୍କ ବିରୋଧରେ ହେଉଥିବା ହିଂସାତ୍ମକ ଘଟଣାଗୁଡ଼ିକୁ କଲେଜ ମ୍ୟାନେଜମେଣ୍ଟ ଦ୍ୱାରା ତୁରନ୍ତ ଯାଞ୍ଚ୍ କରାଯିବା ସହ ପୋଲିସ ନିକଟରେ ଏଫଆଇଆର ରୁଜୁ ହେବା ଉଚିିତ ।

 

Get real time updates directly on you device, subscribe now.