fbpx

ଏ ପ୍ରେମର ନା ମଲାଇକା- ଅର୍ଜୁନ, ଏୟାରପୋର୍ଟରେ ନଜର ଆସିଲେ ବ୍ରେକଅଫ ୱାଲା କପଲ, ହସୁଥିଲେ, ବୋଧେ ପ୍ୟାଚଅପ୍ ହୋଇଛି!

ଓଡିଶା ଭାସ୍କର: ହଟ ଓ ସେକ୍ସି ଅଭିନେତ୍ରୀ ମଲାଇକା ଅରୋଡା ଓ ଅଭିନେତା ଅର୍ଜୁନ କପୂରଙ୍କ ବ୍ରେକଅଫ ଖବର ଚର୍ଚ୍ଚା ସାଉଁଟୁଥିଲା । ଜଣେ ମିଷ୍ଟ୍ର ମ୍ୟାନଙ୍କ ସହ ମଲାଇକାଙ୍କୁ ମଧ୍ୟ ଆନନ୍ଦ ନେଉଥିବାର ଦେଖିବାକୁ ମିଳିଥିଲା । ସେଥିପାଇଁ ମଲାଇକା ଓ ଅର୍ଜୁନଙ୍କ ରାସ୍ତା ଅଲଗା ହୋଇ ସାରିଥିବା ଚର୍ଚ୍ଚା ହେଉଥିଲା । ମାତ୍ର ଇତିମଧ୍ୟରେ ଏହି ହଟ ଆଣ୍ଡ ବୋଲ୍ଡ ଯୋଡିଙ୍କୁ ଏକାସାଙ୍ଗେ ଏୟାରପୋର୍ଟରେ ଦେଖିବାକୁ ମିଳିଛି ।

ଏୟାରପୋର୍ଟରେ ଆଜି ସକାଳୁ ସକାଳୁ ଉଭୟଙ୍କୁ ପ୍ରବେଶ କରୁଥିବାର ଦେଖାଯାଉଥିଲା । ଉଭୟଙ୍କ ବ୍ରେକଅଫ ମଧ୍ୟରେ ଏଭଳି ଦୃଶ୍ୟ ତାଙ୍କ ପ୍ରଶଂସକଙ୍କୁ ବେଶ୍ ରୋମାଞ୍ଚ ଓ ଖୁସି ଦେଇଛି । ଉଭୟେ ଅଲଗା ଅଲଗା ଭାବରେ ଏୟାରପୋର୍ଟରେ ପ୍ରବେଶ କରିଥିଲେ । ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା ହେଉଛି ଏ ଯୋଡି ଫିବିକ୍ୱିକ ଭଳି ଅତୁଟ ଅଛି । ସେମାନେ ଅଲଗା ହୋଇ ନାହାନ୍ତି । କିମ୍ବା ଅଲଗା ହୋଇ ପୁଣି ଯୋଡି ହୋଇ ଯାଇଛନ୍ତି । କେହି କେହି ଏମାନଙ୍କ ଅଲଗା ହେବାକୁ ଗୁଜବ ମଧ୍ୟ କହିବାରେ ଲାଗିଛନ୍ତି ।

ତେବେ ସେ ଯାହା ହେଉ ଉଭୟଙ୍କ ଏଭଳି ଏୟାରପୋର୍ଟ ପ୍ରବେଶ ନିଶ୍ଚିତଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଏୟାରପୋର୍ଟ ପ୍ରବେଶ ସମୟରେ ମଲାଇକା ନୀଳ ରଙ୍ଗର ଫୁଲ ସ୍ଲିକ ଟପ ପିନ୍ଧି ବେଶ୍ ସେକ୍ସି ଲାଗୁଥିଲେ । ସେପଟେ କଳାରଙ୍ଗର ଟି-ସାର୍ଟ ସହ ଜିନ୍ସ ପିନ୍ଧି ନଜର ଆସିଥିଲେ । ଉଭୟଙ୍କ ରଙ୍ଗ ହିଁ ସେମାନଙ୍କ ପ୍ରେମର ରଙ୍ଗକୁ ଆହୁରି ରଙ୍ଗୀନ କରିଥିଲା । ତେବେ ଦେଖିବାକୁ ରହିଲା ସତରେ ଏମାନେ ଅଲଗା ହୋଇଥିଲେ ଥିଲେ ନା ଯୋଡି ହେଲେ!

Get real time updates directly on you device, subscribe now.