fbpx

ଆଫଗାନୀ ଯୁଦ୍ଧବିମାନ ଧ୍ୱଂସ କଲା ଉଜବେକିସ୍ତାନ

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିଥିବା ବେଳେ ଏକ ଆଫଗାନୀ ଯୁଦ୍ଧବିମାନକୁ ଖସାଇ ଦେଇଛି ଉଜବେକିସ୍ତାନ । ରବିବାର ତାଲିବାନ କ୍ଷମତା ଦଖଲ କରିବା ପରେ ଏହି ଯୁଦ୍ଧବିମାନଟି ବେଆଇନ ଭାବରେ ଉଜବେକୀ ସୀମା ଅତିକ୍ରମ କରିବାକୁ ପ୍ରୟାସ କରୁଥିଲା ।

ଉଜବେକିସ୍ତାନର ଦକ୍ଷିଣ ପ୍ରାନ୍ତରେ ସରକ୍ସୋଣ୍ଡାରୀରେ ଏହି ଯୁଦ୍ଧବିମାନଟି ପ୍ରବେଶ ଉଦ୍ୟମ କରୁଥିଲା । ବିମାନଟିକୁ ଉଜବେକିସ୍ତାନର ଆଣ୍ଟି ଏୟାର ଡିଫେନ୍ସ ସିଷ୍ଟମ ଖସାଇ ଦେଇଥିବା ନେଇ ଉଜବେକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ସୋମବାର ସୂଚନା ଦେଇଛନ୍ତି । ଏହି ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବିମାନରେ କେତେ ଜଣ ଉପସ୍ଥିତ ରହିଥିଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.