ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପ୍ରେମିକାଙ୍କୁ ହତ୍ୟାକରି ୩୫ ଖଣ୍ଡ କରିବା ଘଟଣାରେ ଅପରାଧୀଙ୍କୁ ନେଇ ଅନ୍ୟ ଏକ ଆଶ୍ଚର୍ଯ୍ୟ ଜନିତ କଥା ସାମ୍ନାକୁ ଆସିଛି । ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ଆଜି ଆଇନ ବହି ପଢିବାକୁ ମାଗିଛି । ତାକୁ ଆଇନ ବହି ଯୋଗାଇ ଦେବାପାଇଁ କୋର୍ଟରେ ଅପିଲ କରାଯାଇଛି ।
ସୂଚନା ଅନୁଯାୟୀ, ହତ୍ୟାକାରୀ ଅଫତାଫ ଜେଲରେ ରହି ଆଇନ ବହି ପଢିବା ପାଇଁ ମାଗିଛି । ଏହାକୁ ତାଙ୍କ ଓକିଲ କୋର୍ଟରେ ଅପିଲ କରିଥିଲା । ଏନେଇ କୋର୍ଟ ମଧ୍ୟ ଅଫତାଫଙ୍କୁ କିଛି ଶୀତ ପୋଷାକ ସହ ଆଇନ ବହି ଦେବାକୁ ନିର୍ଦ୍ଦେଶ ଦେଇଛି । ଘଟଣା ଦେଖାଦେଇଛି ଯେ, ଅଭିଯୁକ୍ତ ଅଫତାବର ବିଚାର ବିଭାଗୀୟ ହାଜତ ମିଆଦ ମଧ୍ୟ ବଢିଛି ।
ମେ ମାସରେ ଶ୍ରଦ୍ଧା ଏବଂ ଅଫତାବ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ । ପୋଲିସର ସୂଚନାନୁସାରେ, ପୁନାୱାଲା ନିଜ ‘ଲିଭ୍-ଇନ୍ ପାର୍ଟନର’ ଶ୍ରଦ୍ଧା ୱାଲକର (୨୭) ଙ୍କୁ ୧୮ ମେ’ ସନ୍ଧ୍ୟାରେ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡରେ କାଟିଦେଇଥିଲା । ପରେ ଦକ୍ଷିଣ ଦିଲ୍ଲୀର ମେହେରାଉଲି ସ୍ଥିତ ତାଙ୍କ ବାସଭବନରେ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ଘରର ଏକ ୩୦୦ ଲିଟର ଫ୍ରିଜରେ ରଖିଥିଲା ଏବଂ ଏହାକୁ ଅନେକ ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଫୋପାଡିବାରେ ଲାଗିଥିଲା ।