ମୁମ୍ବାଇ: ରିଫ୍ୟୁଜି ରିଲିଜ୍ର ୨୪ ବର୍ଷ ପରେ ଏକାଠି ନଜର ଆସିଲେ ଅଭିଷେକ ବଚ୍ଚନ ଓ କରୀନର କପୁର । ଏକ ଆୱାର୍ଡ ଇଭେଣ୍ଟରେ ଦୁହେଁ ଏକାଠି ନଜର ଆସିଛନ୍ତି । ଦୁଇ ଷ୍ଟାର୍ କିଡ୍ ୨୦୦୦ରେ ରିଲିଜ୍ ହୋଇଥିବା ରିଫୁ୍ୟଜି ଜରିଆରେ ବଡ଼ ପରଦାରେ ଏକାଠି ନଜରକୁ ଆସିଥିଲେ । କରୀନା ଓ ଅଭିଷେକଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କ ଫ୍ୟାନ୍ସମାନେ ମଧ୍ୟ ପୁରୁଣା ସ୍ମୃତି ମନେପକାଇଛନ୍ତି । ଆୱାର୍ଡ ଶୋ’ରେ ନୁହେଁ ପ୍ରଥମେ ପରସ୍ପରକୁ ହଗ୍ କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଅଭିଷେକ କରୀନାଙ୍କୁ ଆୱାର୍ଡ ଦେଇଥିଲେ । ରିଫ୍ୟୁଜି ଫିଲ୍ମ ଦର୍ଶକଙ୍କୁ ସେତେ ପସନ୍ଦ ଆସି ନ ଥିଲା ।
ଅଭିଷେକ ଓ କରୀନା ରିଫ୍ୟୁଜି ଛଡ଼ା ମେ ପ୍ରେମକି ଦିୱାନି ହୁ, ୟୁଭା ଏବଂ ଏଲଓସି: କାର୍ଗିଲ ଫିଲ୍ମରେ ଏକାଠି ନଜର ଆସିଛନ୍ତି । ଶେଷଥର ପାଇଁ କରୀନା କପୁର ହଂଶଲ ମେହେଟାଙ୍କ ନିଦେ୍ର୍ଦଶିତ ଦ ବକିଂନଘାମ ମର୍ଡରରେ ନଜରକୁ ଆସିଥିଲେ । ସେହିପରି ସୁଜୀତ ସରକାରଙ୍କ ଫିଲ୍ମ ଆଇ ୱାଣ୍ଟ ଟୁ ଟକ୍ରେ ଅଭିଷେକଙ୍କୁ ଦେଖିଥିଲେ ଦର୍ଶକ । ଥ୍ରିଲର ୱେବ୍ ସିରିଜ୍ ଜାନେ ଜାନ୍ ପାଇଁ କରୀନାଙ୍କୁ ଆୱାର୍ଡ ମିଳିଥିଲା । ତେବେ ଏହାର ସଫଳତାରେ ଆକ୍ଟର ବିଜୟ ବର୍ମା କରୀନାଙ୍କୁ ଶୁଭେଚ୍ଛା ଜଣାିଛନ୍ତି । ବିଜୟ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଜୟ ମଧ୍ୟ କରୀନାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିବା ଦେଖାଯାଇଥିଲା ।