fbpx

୨୬ ବର୍ଷ ପରେ ହ୍ରଦରୁ ବାହାରିଲା ଏହି ଗାଁ, ଜାଣନ୍ତୁ କାହିଁକି ପୋତାଯାଇଥିଲା ପାଣିରେ?

ପ୍ରାୟ ୨୬ ବର୍ଷ ପରେ ଇଟାଲୀର ଏକ ଗାଁ ହ୍ରଦରୁ ବାହାରି ଆସିଛି । ଇଟାଲୀ ସରକାର ଆଶା କରୁଛନ୍ତି କି, ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ପର୍ଯ୍ୟଟମାନେ ଏହି ମଧ୍ୟକାଳୀନ ଐତିହାସିକ ଗାଁକୁ ଦେଖିବା ପାଇଁ ଯାଇପାରନ୍ତି । ଏହି ଗାଁ ଗତ ୭୩ ବର୍ଷ ଧରି ଏକ ହ୍ରଦରେ ବୁଡି ରହିଥିଲା । ତେବେ ଏହି ଗାଁକୁ କାହିଁକି ପାଣି ପୋତାଯାଇଥିଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । କିନ୍ତୁ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କିଛି ଲୋକଙ୍କ କହିବା ମୁତାବକ, ଏହି ଗାଁରେ ମନ୍ଦ ଆତ୍ମା ଓ ଭୂତ ଥିଲେ । ତେଣୁ ଏହାକୁ ନିର୍ମାଣ କରାଯାଇ ହ୍ରଦରେ ବୁଡାଇଦିଆଯାଇଥିଲା । ତେବେ ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ..

ଏହି ଗାଁର ନାଁ ଫାବ୍ରିକ୍ ଡି କେରେଗାଇନ୍ । ୧୯୪୭ ପରଠାରୁ ଏହି ଗାଁକୁ ଭାଗଲୀ ହ୍ରଦରେ ପୋତାଯାଇଥିଲା । ୭୩ଜ ବର୍ଷ ଧରି ପାଣିରେ ଥିବା ଏହି ଗାଁ ବର୍ତ୍ତମାନ ସୁଦ୍ଧା ମାତ୍ର ୪ ଥର ଯଥା ୧୯୫୮, ୧୯୭୪, ୧୯୮୩ ଓ ୧୯୯୪ ମସିହାରେ ଦେଖାଯାଇଥିଲା । ସେତେବେଳେ ଲୋକମାନେ ସେଠାକୁ ବୁଲିବାକୁ ଯାଇଥିଲେ ।

ଏବେ ପ୍ରାୟ ୨୬ ବର୍ଷ ପରେ ହ୍ରଦର ଜଳସ୍ତର ହ୍ରାସ ପାଇବାକୁ ପୁଣି ଥରେ ଗାଁ ବାହାରକୁ ଆସିଛି । ୧୩ତମ ଶତାଦ୍ଦୀରେ ଲୁହା ଉତ୍ପାଦନ କରୁଥିବା ଲୋକମାନେ ବାସ କରୁଥିଲେ । ତେବେ ୨୬ ବର୍ଷ ପରେ ଏହି ଗାଁକୁ ପୁଣି ଥରେ ଦେଖିବାକୁ ସୁଯୋଗ ମିଳିଥିବାରୁ ଲୋକେ ଖୁବ୍ ମାତ୍ରାରେ ଆସୁଛନ୍ତି । ସର୍ବଦା ୩୪ ମିଲିୟନ ଘନ ମିଟର ପାଣିରେ ବୁଡି ରହିଥାଏ ଏହି ଗାଁ ।

କୁହାଯାଏ ଯେ, ୧୯୪୭ରେ ଏହି ଗାଁ ଉପରେ ଏକ ବନ୍ଧ ନିର୍ମାଣ କରାଯାଇଥିଲା । ମନ୍ଦ ଆକ୍ରା ଥିବାରୁ ଗାଁକୁ ପାଣିରେ ପୋତା ଯାଇଥିଲା । ବର୍ତ୍ତମାନ ଡ୍ୟାମ୍ ଚଳାଉଥିବା କମ୍ପାନୀ ହ୍ରଦର ପାଣିକୁ ଖାଲି କରୁଛି । ଯାହାଦ୍ୱାରା ପରିଷ୍କାର ପରିଚ୍ଛନ୍ନତା ହେବ ଓ ଏହାର କାର୍ଯ୍ୟ ଆସନ୍ତା ବର୍ଷ ସୁଦ୍ଧା ଶେଷ ହେବାର ଯୋଜନା ରହିଛି ।

୧୯୪୭ରେ ଜଳ ବିଦ୍ୟୁତ୍ ବନ୍ଧ ନିର୍ମାଣ ହେବା ପରଠାରୁ ସେଠାରେ ବାସ କରୁଥିବା ଲୋକଙ୍କୁ ନିକଟସ୍ଥ ଦେ ସୋଟୋ ସହରକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ବି ଏହି ଗାଁରେ ଚର୍ଚ୍ଚ, ଶ୍ମଶାନ ଓ ପଥର ଘର ଦୃଶ୍ୟମାନ ହେଉଛି ।

Get real time updates directly on you device, subscribe now.