fbpx

୬୨ ବର୍ଷ ପରେ ଉତ୍ତର ପ୍ରଦେଶର ଏହି ଲୋକସଭା ଆସନକୁ ମିଳିଲା ନୂତନ ମହିଳା ସାଂସଦ, ଜାଣନ୍ତୁ ସେ କିଏ ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ଦମଦାର ବିଜୟ ଦେଖିବାକୁ ମିଳିଛି । ବାନ୍ଦା ଲୋକସଭା ଆସନରୁ ସମାଜବାଦୀ ପାର୍ଟି ତରଫରୁ କୃଷ୍ଣା ପଟେଲ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । କୃଷ୍ଣାଙ୍କୁ ମୋଟ୍ ୪୦୬୫୬୭ ଭୋଟ୍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ଆର କେ ସିଂହ ପଟେଲଙ୍କୁ ୭୧୨୧୦ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ । ଆର କେ ସିଂହ ପଟେଲଙ୍କୁ ମୋଟ୍ ୨୪୫୭୪୫ ଭୋଟ୍ ମିଳିଥିଲା । ସେହିପରି ତୃତୀୟ ନମ୍ବରରେ ଅଛନ୍ତି ବହୁଜନ ସମାଜ ପାର୍ଟିର ମୟଙ୍କ ଦ୍ୱିବେଦୀ । ତାଙ୍କୁ ମୋଟ୍ ୨୪୫୭୪୫ ଭୋଟ୍ ମିଳିଛି । ଲୋକସଭା ନିର୍ବାଚନ ପାଇଁ ୫ମ ପର୍ଯ୍ୟାୟ ମତଦାନ ବାନ୍ଦାରେ ମେ ୨୦ ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୫୯.୪୬% ଭୋଟିଂ ହୋଇଥିଲା ।

କିଏ ଏହି କୃଷ୍ଣା ଦେବୀ ?
ବାନ୍ଦା ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ବିଜୟ ହାସଲ କରିଥିବା କୃଷ୍ଣା ଦେବୀ ହେଉଛନ୍ତି ପୂର୍ବତନ ବିଜେପି ସଦସ୍ୟ ଶିବଶଙ୍କର ପଟେଲଙ୍କ ଧର୍ମପତ୍ନୀ । ଉତ୍ତର ପ୍ରଦେଶର ଜିଲ୍ଲା ପଞ୍ଚାୟତ ନିର୍ବାଚନ ପରେ ଶିବଶଙ୍କର ନିଜ ପତ୍ନୀ କୃଷ୍ଣାଙ୍କ ପାଇଁ ବିଜେପି ଅଧ୍ୟକ୍ଷ ପଦ ପାଇଁ ଟିକେଟ ଦାବି କରିଥିଲେ । କିନ୍ତୁ ବିଜେପି ତାଙ୍କୁ ଟିକେଟ ପ୍ରଦାନ କରିନଥିଲା । ଏହା ପରେ ସେ ତାଙ୍କ ପତ୍ନୀଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ଏହି ନିର୍ବାଚନରେ ତାଙ୍କ ପତ୍ନୀ ପଞ୍ଚାୟତ ଅଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ । ଏହା ପରେ ବିଜେପି ଶିବଶଙ୍କରଙ୍କୁ ଦଳରୁ ବହିଷ୍କାର କରିଥିଲେ । ପରବର୍ତ୍ତୀ ସମୟରେ ଉଭୟ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ ।
ଚଳିତ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଜାନୁଆରୀରେ ଶିବଶଙ୍କରଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା କିନ୍ତୁ ଶେଷ ସମୟରେ ତାଙ୍କ ଟିକେଟ କାଟି ଦେଇଥିଲା । ଶିବଶଙ୍କରଙ୍କ ପରିବର୍ତ୍ତେ ତାଙ୍କ ପତ୍ନୀଙ୍କୁ ବାନ୍ଦା ଲୋକସଭା ଆସନରୁ ଟିକେଟ୍ ଦିଆଯାଇଥିଲା ।

୧୯୫୭ ମସିହାରେ ବାନ୍ଦା- ଚିତ୍ରକୂଟ ସଂସଦୀୟ କ୍ଷେତ୍ରରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହା ପରେ ୧୯୬୨ରେ କଂଗ୍ରେସର ସାବିତ୍ରୀ ନିଗମଙ୍କୁ ଟିକେଟ ମିଳିଥିଲା ଏବଂ ସେ ଏହି ଆସନରୁ ବିଜୟୀ ହୋଇଥିଲେ । ୨୦୦୯ରେ ବିଜେପି ଅମିତା ବାଜପେୟୀଙ୍କୁ ଏହି ଅସନରୁ ଟିକେଟ ପ୍ରଦାନ କରିଥିଲେ କିନ୍ତୁ ସେ ପରାଜିତ ହୋଇଥିଲେ । ଏହା ପରେ କୌଣସି ରାଜନୈତିକ ଦଳରେ ମହିଳାଙ୍କୁ ଟିକେଟ ପ୍ରଦାନ କରାଯାଇନଥିଲା । ଫଳରେ ମହିଳାଙ୍କ ସଂସଦ ଭବନ ପହଂଚିବାରେ ସଫଳ ହେଉନଥିଲେ । ଚଳିତ ଥର ସମାଜବାଦୀ କୃଷ୍ଣା ପଟେଲଙ୍କୁ ପ୍ରାର୍ଥୀ ଭାବେ ଚୟନ କରି ମହିଳାଙ୍କ ସମ୍ମାନ ବୃଦ୍ଧି କରିଛି । ନିର୍ବାଚନରେ ବିଜୟୀ ହୋଇଥିବା କୃଷ୍ଣା ପଟେଲ ଜିଲ୍ଲାରେ ଦ୍ୱିତୀୟ ମହିଳା ସାଂସଦ ଭାବେ ଗୌରବ ଅର୍ଜନ କରିବେ ।

Get real time updates directly on you device, subscribe now.