୭ଟି ବାହାହେବା ପରେ ମନ ବୁଝିଲାନି, ୮ମ ସ୍ତ୍ରୀକୁ ଘରକୁ ଆଣିଲା, ଶେଷରେ ଚତୁର୍ଥୀ ରାତିରେ…
୮ଟି ବାହାହୋଇ ଫସିଗଲେ ଯୁବକ, ଶେଷରେ ସ୍ତ୍ରୀ ଛଡାଇଦେଲା ବାହାଘର ନିଶା
ବିହାର: ବାହାଘରକୁ ୭ ଜନ୍ମର ବନ୍ଧନ କୁହାଯାଇଥାଏ। କିନ୍ତୁ କିଛି ଲୋକଙ୍କ ପାଇଁ ଏହା ଏକ ମଜାକ। କିଛି ଲୋକଙ୍କ ସ୍ୱଭାବ ହେଉଛି ଗୋଟିଏକୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରିବା। ବିହାରର ପାଟନାରୁ ମଧ୍ୟ ସମାନ ଏକ ଘଟଣା ସାମ୍ନାକୁ ଆସିଛି।
ଏଠାରେ ଜଣେ ଯୁବକ ୮ ଥର ବିବାହ କରିଥିଲେ। ଏହି କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସେ ତାଙ୍କ ୮ମ ପତ୍ନୀଙ୍କୁ ମାଡ଼ ମାରିଥିଲେ।
ଏହି ମାମଲାଟି ପାଟନା ସଂଲଗ୍ନ ଅନିସାବାଦର। ଏଠାରେ ଜଣେ ମହିଳା ସାମ୍ବାଦିକ ଡିସେମ୍ବର 2024 ରେ ରାକେଶ କୁମାର ନାମକ ଜଣେ ଫଟୋ ସ୍ଟୁଡ଼ିଓ ଚଳାଉଥିବା ବ୍ୟକ୍ତିଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ରାକେଶ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିବା ସହିତ ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲେ।
ଏସବୁ ସହିନପାରି ମହିଳା ଜଣକ ପଞ୍ଚାୟତରେ ମାମଲା ଉଠାଇଥିଲେ। ତା’ପରେ ଜଣାପଡିଲା ଯେ ରାକେଶ ପୂର୍ବରୁ 7 ଥର ବିବାହ କରିସାରିଛନ୍ତି। ରାକେଶଙ୍କ ଏହି କଥା ସାମ୍ନାକୁ ଆସିବା ମାତ୍ରେ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଏହାକୁ ହାଲୁକା ଭାବରେ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।
ତା’ପରେ ପୀଡିତା ମହିଳା କମିଶନଙ୍କ ସହାୟତା ଲୋଡ଼ିଥିଲେ। ସେଠାରେ ସ୍ୱାମୀ ଶୁଣାଣି ପାଇଁ ହାଜର ହୋଇନଥିଲେ, ଏହା ପରେ ଏସପିଙ୍କୁ ଏକ ଚିଠି ଲେଖାଯାଇଥିଲା। ସମ୍ପୃକ୍ତ ପୋଲିସ ଷ୍ଟେସନକୁ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରାଯାଇଛି।