ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗସ୍ତ ପରେ ଏବେ ଗୁଗୁଲ୍ ସର୍ଚ୍ଚ ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଲାକ୍ଷାଦ୍ୱୀପ

ଆପଣ ଲାକ୍ଷାଦ୍ୱୀପ ଯିବେ ନା ମାଳଦ୍ୱୀପ ଯିବେ

ଓଡ଼ିଶଆ ଭାସ୍କର: ସୋସିଆଲ୍ ମିଡିଆରେ ମାଳଦ୍ବୀପକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାଳଦ୍ବୀପକୁ ଛୁଟି କଟାଇବାକୁ ଯିବା ପାଇଁ ଯୋଜନା କରୁଥିବା ବହୁ ସଂଖ୍ୟାରେ ଭାରତୀୟ ସେମାନଙ୍କ ଟ୍ରିପ୍ ବାତିଲ୍ କରୁଛନ୍ତି। ଭାରତୀୟ ଟ୍ରାଭେଲ୍ କମ୍ପାନୀ ଇଜ୍ ମାଇ ଟ୍ରିପ୍ ମାଳଦ୍ବୀପକୁ ସମସ୍ତ ବିମାନ ବୁକିଂ ରଦ୍ଦ କରିଛି । ଖାଲି ଏତିକି ନୁହେଁ ଟାଟା ଗ୍ରୁପ୍‌ ଲାକ୍ଷ୍ମାଦ୍ୱୀପ ସ୍ଥିତ ସୁହେଲି ଏବଂ କଦମାଟ ଦ୍ୱୀପପୁଞ୍ଜରେ ଦୁଇଟି ତାଜ୍ ବ୍ରାଣ୍ଡେଡ୍ ରିସର୍ଟ ତିଆରି କରିବା ନେଇ ନିଷ୍ପତ୍ତି ନେଇଛି । ସେପଟେ ବିଗ ବି କହିଛନ୍ତି ଉଡୁପିର ସୁନ୍ଦର ବେଳାଭୂମି ହେଉ କି ରୋଣ୍ଡିର ପାରାଡାଇଜ୍ ବିଚ୍ , ଦେଶରେ ଅନ୍ୟାନ୍ୟ ସୁନ୍ଦର ବେଳାଭୂମି ହେଉ, ଭାରତରେ ଏମିତି ଅନେକ ସ୍ଥାନ ଅଛି ।

ଯେଉଁଠି କିଛି ଭିତ୍ତିଭୂମି ସାହାଯ୍ୟରେ ପର୍ଯ୍ୟଟନର ଅନେକ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗସ୍ତ ପରେ ଏବେ ଗୁଗୁଲ୍ ସର୍ଚ୍ଚ ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଲାକ୍ଷାଦ୍ୱୀପ । ଆଉ ଏହି ଆଇଲ୍ୟାଣ୍ଡ୍ ଏବେ ବେଶ ପପୁଲାର ହେଇଗଲାଣି । କ’ଣ ଆପଣ ନୂଆବର୍ଷରେ winter vacation ପାଇଁ ପ୍ଲାନ୍ କରୁଛନ୍ତି କି ?  ଏଠାର ଚିତ୍ତାକର୍ଷକ ବେଳାଭୂମି…ପ୍ରାକୃତିକ ସୌନ୍ଦର୍ଯ୍ୟ, ପାଣି ଭିତରେ ଅନୁଭୂତି ଅବିଶ୍ୱସନୀୟ ।  ହେଲେ ଏବେ ଆପଣ କେଉଁଠିକୁ ଯିବେ ? ଲାକ୍ଷାଦ୍ୱୀପ ନା ମାଳଦ୍ୱୀପ । କଣ ଆପଣ ବି ପ୍ଲାନିଂ ରେ କିଛି ପରିବର୍ତ୍ତନ କରିଛନ୍ତି କି ? କାରଣ ମୋଦିଙ୍କ ଗୋଟିଏ ଗସ୍ତ ପରେ ଏବେ ପୁରା ଦେଶରେ ଟ୍ରାଭେଲ୍ ପ୍ଲାନିଂ ପରିବର୍ତ୍ତନ ହୋଇଯାଇଛି ।

ଯଦି ଆପଣ ଲାକ୍ଷାଦ୍ୱୀପ ଯିବାକୁ ପ୍ଲାନ କରୁଛନ୍ତି ତେବେ କେମିତି ଯିବେ ? କେତେ ଟଙ୍କା ଖର୍ଚ୍ଚ ହେବ ? କେମିତି ପରମିଟ୍ ପାଇବେ । ପଢନ୍ତୁ…

ଯେଉଁମାନେ ଭାରତୀୟ କିନ୍ତୁ ଏଠାକାର ଲୋକାଲ୍ ଲୋକ ନୁହେଁ ସେମାନଙ୍କୁ ଏଠାକୁ ଆସିବା ପାଇଁ ହେଲେ ସମ୍ପୃକ୍ତ ଅଥରିଟିଙ୍କ ଠାରୁ ପରିମିଟ୍ ଦରକାର ।
ତେବେ ପରମିଟ୍ ପାଇଁ ଆପଣ ଅନଲାଇନ୍ ଓ ଅଫଲାଇନ୍ ରେ ଆପ୍ଲାଏ କରିପାରିବେ । (https://epermit.utl.gov.in/pages/signup) ରେ ଏକ ଆକାଉଣ୍ଟ ଖୋଲିବାକୁ ପଡିବ । ସମସ୍ତ ଡିଟେଲ୍ ଭରିବାକୁ ପଡିବ । ଏହାପରେ ଆପଣଙ୍କୁ ବୁଲିବାକୁ ଚାହୁଁଥିବା ଆଇଲ୍ୟାଣ୍ଡ୍, ଟ୍ରାଭେଲ୍ ର ତାରିଖ, ଓ ଅନ୍ୟ ଡକୁମେଣ୍ଟ ଓ ଫିସ୍  ଦେବାକୁ ପଡିବ । ଏହାପରେ ଟ୍ରାଭେଲ୍ ର 15 ଦିନ ପୂର୍ବରୁ ମେଲ୍ ମାଧ୍ୟମରେ ଆପଣଙ୍କୁ ପରମିଟ୍ ମିଳିବ । ଆଉ ଆପଣ ଅଫଲାଇନ୍ ମାଧ୍ୟମରେ ପରମିଟ୍ ଆଣିବାକୁ ଚାହୁଁଥିଲେ ଲାକ୍ଷାଦ୍ୱୀପର ଆଡମିନିଷ୍ଟ୍ରେସନ ୱେବସାଇଟ୍ ରୁ ଫର୍ମ ଡାଉନଲୋଡ କରି ଫିଲ୍ ଅପ୍ କରିବାକୁ ପଡିବ । ଏଥିରେ ଦରକାର ଡକୁମେଣ୍ଟ ଆଟାଚ୍ କରି କଲେକ୍ଟର ଅଫିସ୍ ରେ ସବମିଟ୍ କରିବାକୁ ପଡିବ ।