fbpx

୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ପରେ ବଢ଼ିଲା ସୁନାର ଡିମାଣ୍ଡ: ହୁ ହୁ ହୋଇ ବଢୁଛି ଦାମ୍ !

Advertisement

ନୂଆଦିଲ୍ଲୀ : ଦୁଇ ହଜାର ଟଙ୍କାର ନୂଆ ନୋଟ୍ ପ୍ରତ୍ୟାହାର କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ନିଷ୍ପତ୍ତି ପରେ ଅଳଙ୍କାରରୁ ସୁନା ଓ ରୂପା କ୍ରୟ ସମ୍ପର୍କରେ ପଚରାଉଚରା ବୃଦ୍ଧି ପାଇଛି। ଚୀନ୍ ପରେ ଭାରତରେ ସୁନା ବ୍ୟବହାର ବିଶ୍ୱରେ ସର୍ବାଧିକ। ଏଭଳି ପରିସ୍ଥିତିରେ ଦେଶରେ ସୁନା ବିକ୍ରି ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୨୦୦୦ ଟଙ୍କିଆ ନୋଟକୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳ କରାଯିବ । କିନ୍ତୁ ଏହି ସମୟ ମଧ୍ୟରେ କେତେକ ବ୍ୟାଙ୍କ ଶାଖା ୨୦୦୦ ଟଙ୍କା ନୋଟ୍ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।

ଏଭଳି ପରିସ୍ଥିତିରେ ୨ ହଜାର ଟଙ୍କିଆ ନୋଟ ଦେଇ ସୁନା କିଣିବାକୁ ଲୋକଙ୍କ ଭିଡ଼ ଲାଗୁଛି । ଦିଲ୍ଲୀ , ମୁମ୍ବାଇ, ସୁରଟ ଜୁଏଲାରୀ ମାନଙ୍କରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ସୁନା ଦୋକାନୀମାନେ ମଧ୍ୟ ୧୦ ପ୍ରତିଶତ ଅଧିକ ଲାଭ ରଖି ସୁନା ବିକୁଛନ୍ତି । ଅଧିକ ଦର ଦେଇ ମଧ୍ୟ ସୁନା କିଣୁଛନ୍ତି ଗ୍ରାହକ।

ତେବେ କିଛି ଜୁଏଲାରୀ ୫୦ ହଜାରରୁ ଅଧିକ ଦାମର ସୁନା କିଣିଲେ ଗ୍ରାହକଙ୍କ ପ୍ୟାନ ଓ ଆଧାର କାର୍ଡ ମଗାଯାଉଛି । ତେବେ PMLA ଆକ୍ଟ ଅନୁଯାୟୀ ୫୦ହଜାର ଯାଏଁ KYC ମୁକ୍ତ କ୍ରୟ ହୋଇପାରିବ । ୫୦ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ବିକ୍ରି ପାଇଁ ଆଧାର କାର୍ଡ ପରି ବ୍ୟକ୍ତିଗତ ପରିଚୟ ପତ୍ର ଆବଶ୍ୟକ । ତା ଠାରୁ ଅଧିକ ଟଙ୍କା କ୍ରୟ ପାଇଁ ପାନକାର୍ଡ ଆବଶ୍ୟକ।

ତେବେ ଏନେଇ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକଙ୍କୁ ଭୟଭୀତ ଓ ବ୍ୟସ୍ତ ବିବ୍ରତ ହେବାକୁ ବାରଣ କରିଛନ୍ତି । କାରଣ ଏହି ୨୦୦୦ଟଙ୍କିଆ ନୋଟ ବଦଳାଇବା ପାଇଁ ପ୍ରଜ୍ୟାପ୍ତ ସମୟ ଗ୍ରାହକକୁ ଦିଆଯାଇଛି । ଯେକୌଣସି ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍କୁ ବଦଳ କରି ହେବ । ଏକା ସଙ୍ଗରେ ୨୦ ହଜାର ଟଙ୍କା ବଦଳ କରି ହେବ। ଆସନ୍ତା ୨୩ ତାରିଖରୁ ଟଙ୍କା ବଦଳ ଆରମ୍ଭ ହେବ । ଏହି ପ୍ରକ୍ରିୟା ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ।

Get real time updates directly on you device, subscribe now.