fbpx

ବଡ ଖବର; କରୋନା ପରେ ଦେଶରେ ବ୍ୟାଟ ଭାଇରସର ଆତଙ୍କ! ଜାଣନ୍ତୁ କିପରି ମଣିଷ ହେଉଛନ୍ତି ଆକ୍ରାନ୍ତ

Advertisement

ନୂଆଦିଲ୍ଲୀ: କରୋନା ଭାଇରସ ପରେ ଆଉ ଏକ ଭାଇରସ ବର୍ତ୍ତମାନ ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି । ଏପରିକି କରୋନା ତୁଳନାରେ ଏହାର ମୃତ୍ୟୁହାର ଖୁବ ଅଧିକ ଥିବା ବେଳେ ଏହି ସଂକ୍ରମଣକୁ ରୋକିବା ପାଇଁ କୌଣସି ଟୀକା କିମ୍ବା ପ୍ରତିକାର ମଧ୍ୟ ନାହିଁ । ଏହାକୁ ନିପାହ ଭାଇରସ କୁହାଯାଉଥିବା ବେଳେ ଏହାର କୌଣସି ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଏହାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ ବାଦୁଡି କାମୁଡିଥିବା ଫଳ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ । ବର୍ତ୍ତମାନ ଏହି ଭାଇରସ ସଂକ୍ରମଣ କରିବାର ଆଉ ଏକ ନୂଆ ଉପାୟ କୋଜି ବାହାର କରି ନେଇଛି ।

ବିଶେଷ କରି କେରଳବାସୀଙ୍କ ପାଇଁ ଏହି ଭାଇରସକୁ ନେଇ ଆଲର୍ଟ କରାଯାଇଛି । ମାରାତ୍ମକ ନିପାହ ଭାଇରସର ପ୍ରଭାବକୁ ରୋକିବା ପାଇଁ ଏହି ଚେତାବନୀ ଜାରି ହୋଇଛି । ଏହା ବର୍ତ୍ତମାନ ବାଦୁଡିଙ୍କ ନିକଟରୁ ସିଦାସଳଖ ମଣିଷକୁ ସଂକ୍ରମିତ କରିବା ପାଇଁ ନୂଆ ଏବଂ ଚିନ୍ତାଜନକ ଉପାୟ ଖେଜିବାରେ ଲାଗିଛି । ୨୦୧୮ ମସିହାରେ ନିପାହ ଭାିରସ ଯୋଗୁଁ କେରଳରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ମୁଥଲିବଙ୍କ ବଡ ଭାଇଙ୍କୁ ଜ୍ୱର, ବାନ୍ତି, କାଶ ଇତ୍ୟାଦି ଲକ୍ଷଣ ଦେଖାଯିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଏହି ରୋଗକୁ ଚିହ୍ନଟ କରି ନ ପାରିବାରୁ ସେ ମୃତ୍ୟୁବରଣ କରିଥିଲେ । ତେବେ ମୁଥଲିବଙ୍କ କହିବା ଅନୁସାରେ, ବାଦୁଡି ଖାଉଥିବା ଫଳକୁ ଖାଇବା ପରେ ତାଙ୍କର ଦୁଇ ଭାଇ ଏହି ସଂକ୍ରମଣର ଶିକାର ହୋଇଛନ୍ତି ।

ନିପାହ ଭାଇରସର ତରଳ ପଦାର୍ଥ(ଲାଳ, ମୂତ୍ର, ରକ୍ତ ଏବଂ ନାକ ବା ଶ୍ୱାସକ୍ରିୟାର ବୁନ୍ଦା)ଇତ୍ୟାଦି ସମ୍ପର୍କରେ ଆସିଲେ ଏହା ଲୋକଙ୍କୁ ସଂକ୍ରମିତ କରିଥାଏ । ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ କୌଣସି ଟୀକା ବା କୌଣସି ଚିକିତ୍ସା ଉପଲବ୍ଧ ହୋଇନାହିଁ । ଏହା ଜଙ୍ଗଲରେ ବୁଲୁଥିବା ସବୁଠାରୁ ବିପଦଜନକ ରୋଗମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଜାଣିବାକୁ ମିଳିଛି । ଏହାବ୍ୟତୀତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାମାରୀ କ୍ଷମତା ଥିବା ରୋଗ ସୂଚୀରେ ମଧ୍ୟ ଏହି ସଂକ୍ରମଣ ସ୍ଥାନ ପାଇସାରିଛି । କେରଳ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଭିନା ଜର୍ଜ କହିଛନ୍ତି ଯେ, ନିପାହରେ ମୃତ୍ୟୁହାର ଖୁବ ଅଧିକ, ପ୍ରାୟ ୭୦-୧୦୦% ରହିଛି । ତେବେ ଏହା କରୋନା ମୃତ୍ୟୁହାର ଅପେକ୍ଷା ମଧ୍ୟ ଅଧିକ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.