fbpx

ସିଡିନ୍ ରୁ ବିନା ଯାତ୍ରୀରେ ଭାରତ ଫେରିଲା ଏୟାର୍ ଇଣ୍ଡିଆ ,କାରଣ କଣ…

Advertisement

ନୂଆଦିଲ୍ଲୀ ୨୭ ।୪ (ଓଡ଼ିଶା ଭାସ୍କର) : ଅଷ୍ଟ୍ରେଲିଆରୁ ବିନା ଯାତ୍ରୀରେ ଭାରତ ଫେରିଲା ଏୟାର୍ ଇଣ୍ଡିଆ ବିମାନ । ବିମାନର ଚାଳକ କରୋନା ପଜିଟିଭ ଥିବାରୁ ଅଷ୍ଟ୍ରେଲିଆ ବିମାନ ବନ୍ଦର ଅଧିକାରୀ ଯାତ୍ରୀମାନଙ୍କୁ ବିମାନରେ ବସିବା ଲାଗି ଅନୁମତି ଦେଇନଥିଲେ । ଯେଉଁଥିପାଇଁ ଏୟାର୍ ଇଣ୍ଡିଆ ବିମାନଟି ମଙ୍ଗଳବାର ଦିନ କେବଳ ଜିନିଷ ଧରି ବିନା ଯାତ୍ରୀରେ ଭାରତ ଫେରି ଆସିଛି ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଓ ସିଡିନ୍ ମଧ୍ୟରେ ବିମାନ ଚଳାଚଳ ହେବା ଆଗରୁ ଶନିବାର ଦିନ ଏୟାର ଇଣ୍ଡିଆ ବିମାନର ସମସ୍ତ ସଦସ୍ୟଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଯେଉଁଥିରେ ସମସ୍ତଙ୍କ ରିପୋର୍ଟ ନେଗଟିଭ୍ ଆସିଥିଲା । ହେଲେ ରବିବାର ଦିନ ବିମାନ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ପୁଣି ଆଉ ଥରେ ବିମାନ ଚାଳକଙ୍କର କରୋନା ଟେଷ୍ଟ କରାଯାଇଥିଲେ । ସଥିମଧ୍ୟରୁ ଜଣେ ବିମାନ ଚାଳକଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଅଷ୍ଟ୍ରେଲିଆର ବିମାନ ଅଧିକାରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବାକୁ ମନା କରିଥିଲେ । ସପଟେ ଭାରତରେ କରୋନା ସଂକ୍ରମଣ ବଢୁଥିବା ଦେଖି ଅଷ୍ଟ୍ରେଲିଆ ପକ୍ଷରୁ ମେ’ ୧୫ ତାରଖ ଯାଏ ସମସ୍ତ ବିମାନ ଉଡାଣ ଉପରେ ରୋକ ଲଗା ଯାଇଛି ।

Get real time updates directly on you device, subscribe now.