fbpx

କଟକ ପରେ ଭୁବନେଶ୍ୱର: ନକଲି ଘିଅ କାରଖାନା ଠାବ

ଭୁବନେଶ୍ୱର, ୧୨ା୧ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଏକ ନକଲି ଘିଅ କାରଖାନାକୁ ଠାବ କରାଯାଇଛି । ଖବର ପାଇ କାରଖାନା ଉପରେ ଏୟାରଫିଲ୍ଡ ଥାନା ପୋଲିସ ଓ କ୍ୟୁଏଟି ଟିମର ମିଳିତ ଚଢ଼ାଉ କରାଯାଇଛି ।

ପୂର୍ବରୁ କଟକରୁ ଏକାଧିକ ବେଆଇନ ଘିଅ କାରଖାନା ଉପରେ ଚଢ଼ାଉ କରାଯାଇଥିବା ବେଳେ ଆଜି ଭୁବନେଶ୍ୱରରୁ ଏପରି କାରଖାନାକୁ ଠାବ କରିବା ପୋଲିସର ଚିନ୍ତା ବଢ଼ାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରର ସୁନ୍ଦରପଦା ନିକଟସ୍ଥ କୈବଲ୍ୟ ନଗରରୁ ଏହି କାରଖାନା ଠାବ କରାଯାଇଛି ।

Get real time updates directly on you device, subscribe now.