fbpx

Hyundai ପରେ KFCକୁ ଦେଶରେ ବିରୋଧ, ଟ୍ରେଣ୍ଡ୍ କରୁଛି #BoycottKFC; ମାଗିଲା କ୍ଷମା: ଜାଣନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ଅଟୋ କମ୍ପାନୀ ହ୍ୟୁଣ୍ଡାଇ ମୋଟର୍ ଇଣ୍ଡିଆ ପରେ ଏବେ କେଏଫସି ଇଣ୍ଡିଆକୁ ଜୋରଦାର୍ ବିରୋଧ କରାଯାଇଛି । ଟୁଇଟର୍ ରେ ହ୍ୟାସଟ୍ୟାଗ୍ ବଏକଟ୍ କେଏଫସି ଟ୍ରେଣ୍ଡ୍ କରୁଛି । ଅସଲରେ କେଏଫସି ନିଜ ଫେସବୁକ୍ ପେଜ୍ ରେ ଏକ ଫଟୋ ସେୟାର୍ କରିଥିଲା । ଯେଉଁଥିରେ ଲେଖାଯାଇଥିଲା ଯେ, କାଶ୍ମୀର ହେଉଛି ସମସ୍ତ କାଶ୍ମୀରୀ ମାନଙ୍କର ସ୍ଥାନ । ସେହିପରି ଆଉ ଏକ ଭାଇରାଲ୍ ଫଟୋରେ କେଏଫସି କାଶ୍ମୀରୀ ଡେ ଅବସରରେ କହିଥିଲା ଯେ, ଆମେ ସମସ୍ତ କାଶ୍ମୀରବାସୀଙ୍କ ସହିତ ଠିଆ ହୋଇଛୁ । ତେବେ ସାମାଜିକ ଗଣମାଧ୍ୟମରେ କମ୍ପାନୀର ଏହି ଟିପ୍ପଣୀ ଭାଇରାଲ୍ ହେବା ପରେ ଜୋରଦାର୍ ବିରୋଧ କରାଯାଉଛି । ଯାହାପରେ କେଏଫସି ଇଣ୍ଡିଆ କ୍ଷମା ମାଗିଛି ।

କେଏଫସି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, “ଦେଶ ବାହାରେ ଥିବା କିଛି କେଏଫସି ସୋସିଆଲ୍ ମିଡିଆ ଚ୍ୟାନେଲ୍ ରେ ପ୍ରକାଶିତ ଏକ ପୋଷ୍ଟ୍ ପାଇଁ ଆମେ ୪ମା ମାଗୁଛୁ । ଆମେ ଭାରତର ସମ୍ମାନ କରୁ ଓ ସମସ୍ତ ଭାରତୀୟଙ୍କ ସେବା କରିବା ପାଇଁ ନିଜର ପ୍ରତିବଦ୍ଧତାରେ ଦୃଢ଼ ରହୁ” । ତେବେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ୍ ଟୁଇଟ୍ କରି କହିଛନ୍ତି ଯେ, କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ କେଏଫସି ଇଣ୍ଡିଆ ବିରୋଧରେ ତଦନ୍ତ କରିବାକୁ ଅପିଲ୍ କରୁଛି । ରାଜ୍ୟ ସରକାର ମାନେ କେଏଫସିର ଆଉଟଲେଟ୍ କୁ ନିଜ ନିଜ ରାଜ୍ୟରେ ବନ୍ଦ କରିବାକୁ କୁହନ୍ତୁ । ତାଙ୍କର ଭାରତରେ କାମ କରିବାର କୌଣସି ଅଧିକାର ନାହିଁ ।

Get real time updates directly on you device, subscribe now.