fbpx

ସାଧାରଣ ଲୋକଙ୍କୁ ଝଟକା ! ରୋଷେଇ ଗ୍ୟାସ୍ ପରେ ବଢ଼ିଲା ସିଏନଜି ଦାମ୍

Advertisement

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ଥିବା ବେଳେ ସିଏନଜି ରେଟ ମଧ୍ୟ ବଢ଼ିଯାଇଛି । ରାଜଧାନୀ ଦିଲ୍ଲୀରେ ସିଏନଜି କିଲୋ ପ୍ରତି ୯୦ ପଇସା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ପରେ ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକଙ୍କୁ ବଡ଼ ଝଟକା ଲାଗିଛି । ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ସିଏନଜିର ଦର କିଲୋ ପ୍ରତି ୪୩.୪୦ରୁ ବୃଦ୍ଧି ପାଇଁ ୪୪.୩୦ ଟଙ୍କା ହୋଇଛି ।

କେବଳ ଏତିକି ନୁହେଁ, ପାଇପ୍ ଦ୍ୱାରା ପହଞ୍ଚୁଥିବା ଘରୋଇ ରୋଷେଇ ଗ୍ୟାସ୍ ବା ପିଏନଜିର ଦାମ୍ ମଧ୍ୟ ବୃଦ୍ଧି କରାଯାଇଛି । ଆଜି ଦିଲ୍ଲୀରେ ପିଏନଜି ଦାମ୍ ବୃଦ୍ଧି ପାଇଁ ପ୍ରତି ଘନମିଟର ପିଛା ୨୯.୬୬ ଟଙ୍କାରେ ପହଞ୍ଚିଛି । ତେବେ ସିଏନଜି ଓ ପିଏନଜିର ନୂଆ ଦାମ୍ ବୁଧବାର ବିଳମ୍ବିତ ରାତି ଅର୍ଥାତ୍ ରାତି ୧୨ଟା ପରଠାରୁ ଲାଗୁ ହୋଇଛି । ଦିଲ୍ଲୀ ସମେତ ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ମଧ୍ୟ ସିଏନଜିର ରେଟ୍ ବୃଦ୍ଧି ପାଇଛି ।

Get real time updates directly on you device, subscribe now.