fbpx

ମେ’ ୧ ପରେ ଏହି ୪ ରାଶିଙ୍କ ଘରେ ବାଜିବ ଶାହାନାଇ, ଗୁରୁବାର ଏହିପରି କରନ୍ତୁ ବୃହସ୍ପତିଙ୍କ ପୂଜା

ଓଡ଼ିଶା ଭାସ୍କର: ମେ’ ୨୦୨୪ ଆରମ୍ଭ ହେବା ମାତ୍ରେ ଗୁରୁ ଅର୍ଥାତ୍ ବୃହସ୍ପତି ମେଷ ରାଶିରୁ ବୃଷ ରାଶିରେ ପ୍ରବେଶ କରିବେ । ଏଠାରେ ଗୁରୁ ପୁରା ଏକ ବର୍ଷ ପର୍ଯ୍ୟନ୍ତ ରହିବେ । ଏହି ସମୟ ଭିତରେ ଏହି ରାଶିର ଲୋକମାନଙ୍କ ଘରେ ଶାହନାଇ ବାଜିବାର ପ୍ରବଳ ସମ୍ଭାବନା ରହିଛି । ଗୁରୁ ବୃଷ ରାଶିରେ ପ୍ରବେଶ କରିବା ମାତ୍ରେ ବିବାହଯୋଗ୍ୟ କନ୍ୟାଙ୍କ ବିବାହ ହେବାର ସମ୍ଭାବନା ବଢିଯିବ । ଏହାସହିତ କନ୍ୟାଙ୍କୁ ମନ ପସନ୍ଦର ଜୀବନସାଥି ବି ମିଳିଯିବ । ଯଦି କୌଣସି ଘରେ ବିବାହଯୋଗ୍ୟ କନ୍ୟା ଏପରି ସ୍ଥିତିରେ ଅଛନ୍ତି ତେବେ ଏହି ୪ ରାଶିବାଲା କନ୍ୟାଙ୍କୁ ମେ’ ପ୍ରଥମ ତାରିଖରୁ ଉପାୟ ଆରମ୍ଭ କରିଦେବା ଉଚିତ ।

ଏ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତି ମେଷ ରାଶିରେ ଥିଲେ । କିନ୍ତୁ ମେ’ ୧ ତାରିଖରୁ ବୃଷ ରାଶିରେ ପହଞ୍ଚିଯିବେ । ବୃଷ ରାଶିରେ ପହଞ୍ଚିବା ମାତ୍ରେ ଗୁରୁ ନିଜର ଶୁଭ ଦୃଷ୍ଟି ବୃଷ ରାଶି ଉପରେ ତ କରିବେ ଏହାସହ କନ୍ୟା, ବିଛା, ଓ ମକର ରାଶିବାଲାଙ୍କୁ ବି ଗୁରୁଙ୍କ କୃପା ମିଳିବ ।
ବୃଷ, କନ୍ୟା, ବିଛା ଓ ମକର ରାଶିର ଅବିବାହିତ କନ୍ୟା ଗୁରୁଙ୍କ ପୁରା କୃପା ପାଇବା ଲାଗି ଗୁରୁବାର ଦେବଗୁରୁ ବୃହସ୍ପତିଙ୍କ ପୂଜା କରନ୍ତୁ । ବୃହସ୍ପତିଙ୍କ କଥା ପଢିବା ସହ କଦଳୀ ଗଛରେ ଜଳ ଚଢାନ୍ତୁ । ଏହିଦିନ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧିବା ସହିତ ହଳଦୀ ରଙ୍ଗର ତିଳକ ଲଗାନ୍ତୁ । ଏହି ହଳଦୀ ତିଳକ ହଳଦୀ, କେସର କିମ୍ବା ହଳଦୀ ଚନ୍ଦନର ଲଗାଇ ପାରିବେ । ସେହିପରି ଏହି ଦିନ ଗାଈକୁ ଭୋଜନ ବା ଚାରା ଖୁଆନ୍ତୁ ।

Get real time updates directly on you device, subscribe now.