fbpx

ବିଜେପିରେ ସାମିଲ ହେଲେ ପ୍ରବୋଧ ତିର୍କୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଏହି ଅବସରରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପ୍ରବୋଧ ପଦ୍ମ ଧରିଛନ୍ତି । ନିକଟରେ ପ୍ରବୋଧ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଟିକଟ କଟିବା କାରଣକୁ ନେଇ ପ୍ରବୋଧ ବେଶ୍ ନିରାଶ ହୋଇଥିଲେ । କଂଗ୍ରେସ ପ୍ରଥମେ ପ୍ରବୋଧଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତଳସରା ଆସନରୁ ପ୍ରାର୍ଥୀ କରିଥିଲା । ମାତ୍ର ପରେ ତାଙ୍କ ବଦଳରେ ଦଳ ଦେବେନ୍ଦ୍ର ଭିଟାରିଆଙ୍କୁ ପ୍ରାର୍ଥୀ କରିଥିଲା । ତେଣୁ ସେଥିପାଇଁ ସେ କଂଗ୍ରେସ ଛାଡ଼ିଥିଲେ ।

Get real time updates directly on you device, subscribe now.