fbpx

(Video) ଦିବ୍ୟାଙ୍ଗ ଉପତ୍ୟକାକୁ ଦେଶ ସହିତ ସଂଯୋଗ କରୁଥିବା ରାଜପଥ ଭୂସ୍ଖଳନରେ ଧୋଇଗଲା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅରୁଣାଚଳ ଏବଂ ଚୀନ ସୀମାରେ ଆଜି ଭୟଙ୍କର ବର୍ଷା ହୋଇଛି । ଏଥିରେ ସୀମାବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଛି । ଚୀନ- ଅରୁଣାଚଳପ୍ରଦେଶରେ ଲଗାତାର ବର୍ଷା ଲାଗି ରହିଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି । ମାତ୍ରାଧିକ ବର୍ଷା ଯୋଗୁଁ ଅରୁଣାଚଳର ଅନେକ ସ୍ଥାନରେ ଭୁସ୍ଖଳନ ମଧ୍ୟ ଘଟିଛି । ଏହି କାରଣରୁ ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ଘଟିଛି ।

ଚୀନ ସୀମାରେ ଅବସ୍ଥିତ ଦିବ୍ୟାଙ୍ଗ ଉପତ୍ୟାକା କୁ ସଂଯୋଗ କରୁଥିବା ଏକମାତ୍ର ରାଜପଥ ଭୁସ୍ଖଳନ କାରଣରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ରାଜପଥର ଗୋଟିଏ ଅଂଶ ନଷ୍ଟ ହୋଇଯାଇଥିବାରୁ ଦିବ୍ୟାଙ୍ଗ ଉପତ୍ୟାକାରୁ ଆସୁଥିବାର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଗତ କିଛିଦିନ ହେବ ଆରୁଣାଚଳରେ ପ୍ରବଳ ବର୍ଷା ହେବା ଦେଖାଯାଇଥିଲା । ଏହା ଉଚ୍ଚ ପାର୍ବତ୍ୟାଞ୍ଚଳ ହୋଇଥିବାରୁ ବର୍ଷା ହୋଇ ରାଜ୍ୟରେ ଅନେକ କ୍ଷୟ କ୍ଷତି ଘଟାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ତାଙ୍କର ଏକ୍ସ ଆକାଉଣ୍ଟରେ ଏହି ଭୟଙ୍କର ଭିଡିଓ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.