fbpx

ବ୍ୟୁଟି ପାର୍ଲରରୁ ଫେରିବା ପରେ ବିବାହ ପାଇଁ ମନା କରିଦେଲା ବର …

ବେଙ୍ଗାଲୁରୁ : ବିବାହ ଦିନ ପାର୍ଲର ଯିବା ଆଜିକାଲି ଅତି ସାଧାରଣ ହୋଇଗଲାଣି । ମେକଓଭର୍ ପାଇଁ କିଏ ଲୋକାଲ ପାର୍ଲର ଯାଉଛି ତ ଅନ୍ୟ କେହି ଭଲ ବ୍ରାଣ୍ଟର ବିୟୁଟିସିୟାନ୍‌ସ ମାନଙ୍କୁ ଡାକଉଛନ୍ତି । କିନ୍ତୁ ଜଣେ ଯୁବତୀଙ୍କ ସହ ଏଭଳି ଘଟଣା ଘଟିଛି, ଲୋକାଲ ପାର୍ଲର ମଧ୍ୟ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯାହା ପରେ ବର ବିବାହ ପାଇଁ ମନ କରି ଦେଇଥିଲେ । ତେବେ ଘଟଣାଟି କ’ଣ ଘଟିଥିଲା…

ଆପଣ ନିଶ୍ଚୟ ଭାବୁଥିବେ ପାର୍ଲରବାଲା ବୋଧେ ଯୁବତୀଙ୍କୁ ଠକି ଦେଇଥିବେ ନହେଲେ ଅଧିକ ଟଙ୍କା ଦାବି କରିଥିବେ । ନହେଲେ ମେକଅପ୍ କରିବାରେ ବହୁତ ବିଳମ୍ବ କରିଥିବ ଯାହାକୁ ନେଇ ହଙ୍ଗାମା ହୋଇଥିବ ଏବଂ ବର ମନା କରିଥିବ ବାହା ହେବାକୁ । କିନ୍ତୁ ନା’ ସେଭଳି କିଛି ନୁହେଁ ।
ପ୍ରକୃତିରେ କଥା ହେଉଛ, ଯୁବତୀ ଜଣଙ୍କ ବିବାହ ସୁନ୍ଦର ଦେଖାଯିବା ପାଇଁ ପାର୍ଲର ଯାଇଥିଲେ ସତ ହେଲେ, ସୁନ୍ଦର ଦେଖାଯିବା ପରିବର୍ତ୍ତେ ସେ ଅସୁନ୍ଦରି ହୋଇ ଫେରିଥିଲେ । ବାସ୍ତବାରେ ମେକଅପ୍ ପରେ ତାଙ୍କ ମୁହଁ ଫୁଲିଯାଇଥିଲା । ଏହା ଦେଖିଲା ପରେ ବର ବାହା ହେବାକୁ ମନା କରି ଦେଇଥିଲା । ଯିଏ ଯେତେ ବୁଝେଇଲେ ମଧ୍ୟ ବର ମାନି ନଥିଲା ।

ପାର୍ଲରେ ଯୁବତୀ ଜଣଙ୍କ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରଥମେ ଫାଉଣ୍ଡେସନ୍ ଲଗାଇଥିଲୋ ପରେ ସେ ଷ୍ଟିମ୍ ନେଇଥିଲେ । ଷ୍ଟିମ୍ ନେବା ମାତ୍ରେ ହିଁ ତାଙ୍କ ମୁହଁ ଜଳିବା ସହ କିଛି ସ୍ଥାନରେ ଫୁଲିଯାଇଥିଲା । ପ୍ରଥମେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବଂ ପରେ ସେହି ପାର୍ଲର ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଯୁବତୀ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ପାର୍ଲର ମାଲିକଙ୍କୁ ପୁଲିସ ପଚରାଉଚରରା କରୁଛି ।

Get real time updates directly on you device, subscribe now.