ବଲାଙ୍ଗୀର : କାୟା ବିସ୍ତାର କରୁଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ଼ ପରେ ଏବେ ବଲାଙ୍ଗୀରରେ ଆତଙ୍କ ଖେଳାଇଲେଣୀ । ବଜାଙ୍ଗିର ଜିଲ୍ଲାରେ ସବୁଠାରୁ ଅଧିକ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ ଓ ସେପ୍ଟେମ୍ବରରେ ମୋଟ ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇମାସ ମଧ୍ୟରେ ୧୨୮୩ଟି ନମୁନାରୁ ୩୩୭ ଟି ପଜିଟିଭ ଥିବାର ଜଣାପଡିଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ ଓ ବରଗଡରେ ଏହା ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ଦୁଇଟି ଜିଲ୍ଲାରୁ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଏଠାରେ ୫ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ନୂଆ ୧୦ ଜଣ ଆକ୍ରାନ୍ତ ପଜିଟିଭ ହୋଇଛନ୍ତି । ପ୍ରତିଦିନ ଅଧିକ ସଂଖ୍ୟାରେ ପଜିଟିଭ ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ବଢାଇ ଦେଇଛି । ସୁନ୍ଦରଗଡ ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୨୧ରେ ପହଞ୍ଚି ସାରିଲାଣି । ତେଣୁ ଜିଲ୍ଲାରେ ବଢୁଥିବା ଏହି ସଂକ୍ରମଣକୁ ନେଇ ସମସ୍ତେ ଭୟଭୀତ ହୋଇ ରହିଛନ୍ତି ।