fbpx

କାଉ-ପାରା ପରେ ପେଚାର ପାଳି…. ସାଢେ ୪ ଲକ୍ଷ ପେଚାଙ୍କୁ ହତ୍ୟା କରାଯିବ: କିନ୍ତୁ କାହିଁକି?

Advertisement

ଓଡ଼ିଶା ଭାସ୍କର: କିଛି ମାସରେ କେନ୍ୟାରେ ୧୦ ଲକ୍ଷ କାଉଙ୍କ ହତ୍ୟା କରିବା ପାଇଁ ପ୍ରସ୍ତୁତି ଚାଲିଛି । ସେହିଭଳି ବର୍ତ୍ତମାନ ପେଚାମାନଙ୍କୁ ନେଇ ମଧ୍ୟ ଏଭଳି ଏକ ବଡ଼ ଏବଂ ଭୟଙ୍କର ପ୍ଲାନ କରାଯାଉଛି । ଆମେରିକାରେ ହଜାର ହଜାର ପେଚାଙ୍କ ହତ୍ୟା ହେବା ନେଇ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଆମେରିକା ସରକାର ଏହାକୁ ନେଇ ପ୍ରସ୍ତୁତ ଥିବା ବେଳେ କିଛି ପରିବେଶ ପ୍ରେମୀ ତଥା ପେଟା ଭଳି ସଂଗଠନ ଏହାକୁ ଘୋର ବିରୋଧ କରିଛନ୍ତି । ଲକ୍ଷ ଲକ୍ଷ ପେଚାଙ୍କ ହତ୍ୟା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରି ନାହାନ୍ତି । ତେଣୁ ପ୍ରଶ୍ନ ଉଠୁଛି, ଆମେରିକା ଭଳି ଏକ ସୁପର ପାୱାର ଦେଶ ପାଇଁ ପେଚା କିଭଳି ଶତ୍ରୁ ବା ସମସ୍ୟା ହୋଇପାରେ? ଏମାନଙ୍କୁ ଅଚାନକ ଏତେ ପରିମାଣରେ ହତ୍ୟା କରିବାକୁ କାହିଁକି ଯୋଜନା କରାଯାଉଛି?

ସୂଚନା ଅନୁସାରେ, ଆମେରିକାରେ ପ୍ରାୟ ସାଢେ ୪ଲକ୍ଷ ବଡ଼ ବାର୍ଡ ପେଚାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୁହାଯାଉଛି, ପେଚା ଜାତିକୁ ବଞ୍ଚାଇବା ପାଇଁ ହିଁ ଲକ୍ଷ ଲକ୍ଷ ପେଚାଙ୍କ ହତ୍ୟା କରାଯିବ ବୋଲି ଜାଣିବାକୁ ମିଳିଛି । ଏଥିପାଇଁ ପଶ୍ଚିମ ଜଙ୍ଗଲର ତାଲିମପ୍ରାପ୍ତ ସୁଟରମାନଙ୍କୁ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ଅନୁସାରେ, ଆସନ୍ତା ୩ ଦଶନ୍ଧିରେ ୪ ଲକ୍ଷ ୫୦ ହଜାର ପେଚାମାନଙ୍କୁ ଗୁଳି କରି ହତ୍ୟା କରାଯିବ ବୋଲି ଜଣାଯାଇଛି । ତେବେ ଏକା ସାଙ୍ଗରେ ସାଢେ ୪ ଲକ୍ଷ ପେଚାଙ୍କୁ ହତ୍ୟା କରିବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକାରେ ‘ସ୍ପଟେଡ ପେଚା’ଙ୍କ ଉପରେ ବଡ଼ ବାର୍ଡ ପେଚାଙ୍କ ଆକ୍ରମଣ ଯୋଗୁଁ ଏହି ପେଚାମାନଙ୍କୁ ହତ୍ୟା କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି ।

ପୂର୍ବ ଆମେରିକାରେ ପ୍ରାୟତଃ ଏହି ବାର୍ଡ ପେଚା ଦେଖାଯାଆନ୍ତି ଏବଂ ଏମାନେ ପଶ୍ଚିମ ତଟ ଉପରେ ମଧ୍ୟ କବଜା କରୁଛନ୍ତି । ଆକରରେ ବଡ଼ ଏବଂ ଆକ୍ରମକ ହୋଇଥିବାରୁ ଏହି ସ୍ପଟେଡ ପେଚାମାନଙ୍କୁ ଏମାନେ ଶିକାର କରୁଛନ୍ତି । ଆକାରରେ ଛୋଟ ହୋଇଥିବାରୁ ଏମାନଙ୍କ କବଳରୁ ନିଜକୁ ରକ୍ଷା କରିବାରେ ବିଫଳ ହୋଇ ନାହାନ୍ତି ଏହି ସ୍ପଟେଡ ପେଚା । ଜଙ୍ଗଲ ସଂରକ୍ଷଣ କରିବା ସହ ଛୋଟ ପେଚା ପ୍ରଜାତି ପ୍ରତି ବିପଦ ଥିବା ଆମେରିକା ଅଧିକାରୀ ମଧ୍ୟ ଗ୍ରହଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଛୋଟ ପେଚାଙ୍କ ପ୍ରଜାତିକୁ ରକ୍ଷା କରିବା ପାଇଁ ବଡ଼ ପେଚାଙ୍କ ହତ୍ୟା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଆମେରିକାରେ ଗୋଟିଏ ପକ୍ଷୀକୁ ବଞ୍ଚାଇବା ପାଇଁ ଅନ୍ୟ ପକ୍ଷୀକୁ ହତ୍ୟା କରିବାର ନିଷ୍ପତ୍ତିକୁ ଖୁବ ବିରୋଧ କରାଯାଇଛି। ବଡ଼ ପେଚା ମାରିବା ପରିବର୍ତ୍ତେ ଛୋଟ ପେଚାକୁ ସୁରକ୍ଷା ଦିଆଯିବା ଉଚିତ୍ ବୋଲି ପରାମର୍ଶନ ଦେଇଛନ୍ତି ପକ୍ଷୀପ୍ରେମୀ । ଏଥିରୁ ସ୍ପଷ୍ଟ ଯେ ଛୋଟ ପେଚା ପ୍ରଜାତିଗୁଡ଼ିକୁ ବଞ୍ଚାଇବାକୁ ବଡ ପେଚାକୁ ମାରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାପୂର୍ବରୁ କେନିଆରେ ହଜାର ହଜାର କାଉଙ୍କର ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁ ଭୟ ଯୋଗୁଁ ଭାରତ ସମେତ ସାରା ବିଶ୍ୱରେ କୁକୁଡ଼ାମାନଙ୍କୁ ହତ୍ୟା କରାଯାଉଛି।

Get real time updates directly on you device, subscribe now.