fbpx

ମେକ୍ଅପ୍ ପରେ ନିଜ ମାଆ କୁ ଦେଖି ଚିହ୍ନିଲାନି ପୁଅ, ଜୋର ଜୋରରେ କାନ୍ଦିବାକୁ ଲାଗିଲା..ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ମେକ୍ଅପ୍ ଯେକୌଣସି ଚେହେରାକୁ ସୁନ୍ଦର କରିଥାଏ । ଅନେକ ଥର ମେକ୍ଅପ୍ କରିବା ପରେ ଲୋକଙ୍କୁ ଚିହ୍ନିବା ମୁସ୍କିଲ ହୋଇଯାଏ । ଚେହେରା ଚିହ୍ନା ପଡେ ନାହିଁ । ଏଭଳି କିଛି ଭିଡିଓ ଏବେ ଭାଇରାଲ ହୋଇଛି । ମେକ୍ଅପ୍ ପରେ ମାଆକୁ ଚିହ୍ନିଲାନି ପୁଅ । ଜୋର ଜୋର କାନ୍ଦିବାକୁ ଲାଗିଲା.. ଏ ମୋ ମାମା ନୁହେଁ ।

ସୂଚନାଯୋଗ୍ୟ, ଜଣେ ମହିଳା କୌଣସି ପାର୍ଟି ଫଙ୍କସନ୍ ପାଇଁ ପାର୍ଲର ଯାଇ ପୁରା ମେକ୍ଅପ୍ ନେଇଛନ୍ତି । ମେକଅପ ପରେ ସେ ବହୁତ ସୁନ୍ଦର ମଧ୍ୟ ଦିଶୁଛନ୍ତି । କିନ୍ତୁ ଏତିକି ବେଳେ ତାଙ୍କ ନିଜ ପୁଅ ତାଙ୍କୁ ଚିହ୍ନିନାହୁଁ । ସେଠାରେ ଉପସ୍ଥିତ ଥିବା ସମସ୍ତେ କହୁଛନ୍ତି ଏ ତୋ ମାଆ… ହେଲେ ପିଲାଟି ବୁଝିବାକୁ ପୁରା ନାରାଜ । ନା ଏ ମୋ ମାମା ନୁହେଁ, ମୋ ମାମା କେଉଁଠି ଅଛି କହି ପିଲାଟା କାନ୍ଦିବାକୁ ଲାଗୁଛି । ଏମିତିକି ସେ ତା ମାଆ ପାଖରେ ମଧ୍ୟ ରହୁନାହିଁ । ତା ମା ତାକୁ କୋଳରେ ବସାଇ ଗେହ୍ଳା କରିବାକୁ ଚେଷ୍ଟା କରୁଛି ତଥାପି ସେ ନାରାଜ । ମାଆ ବିି ବାରମ୍ବାର ବାରମ୍ବାର କହୁଛି ମୁଁ ତୋ ମାମା .. ହେଲେ ପିଲାଟି ନ ଶୁଣି କାନ୍ଦିବାରେ ଲାଗୁଛି ।

ମାଆ -ପୁଅଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଇନ୍ଷ୍ଟାଗ୍ରାମରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଲୋକ ଏହି ପୋଷ୍ଟ ଉପରେ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତିି । ଜଣେ ୟୁଜର୍ସ ଲେଖିଛନ୍ତି ମାଆ ମାନଙ୍କୁ ମେକଅପ୍ ନେବାକୁ ଅଧିକ ସମୟ ମିଳେନାହିଁ । କିନ୍ତୁ ଯେତେବେଳେ ସମୟ ମିଳେ ପରିସ୍ଥିତି ଏମିତି ହୁଏ । ଅନ୍ୟ ୟୁଜର୍ସ ଲେଖିଛନ୍ତି ଯେ ପୁଅ ଚିହ୍ନିଲାନି ଠିକ୍ ଅଛି କିନ୍ତୁ ପୁଅର ବାପା ଯଦି ନ ଚିହ୍ନିବ ତାହାଲେ ଅସୁବିଧା ହେବ ।

Get real time updates directly on you device, subscribe now.