fbpx

ବାତ୍ୟା ପରେ ଏବେ ଭୂକମ୍ପ ଝଟକା ; ୫.୭ ତୀବ୍ରତାରେ ଥରିଲା ପୃଥିବୀ

ନୂଆଦିଲ୍ଲୀ : ବାତ୍ୟାକୁ ଦିନ କେଇଟା ବିତି ନଥିବାବେଳେ ଏବେ ଭୂକମ୍ପ ଝଟକାରେ ଥରିଛି ମିଆଁମାର । ବୁଧବାର ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛଇ । ନ୍ୟାସନାଲ୍ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୫.୭ ମାପ କରାଯାଇଛି। ଯଦିଓ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ହୋଇନାହିଁ ତଥାପି ଖବର ଏପର୍ୟ୍ୟନ୍ତ ସେଭଳି କୌଣସି ଖବର ମିଳିନାହିଁ ।

ସୂଚନାଯୋଗ୍ୟ, ମେ ପ୍ରଥମ ସପ୍ତାହରେ ମିଆଁମାର ସୁପର ସାଇକ୍ଲୋନର ସାମ୍ନା କରିଥିଲା । ଏଥିରେ ଅନେକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଗୋଟିଏ ପାକୃତିକ ବିପର୍ଯ୍ୟୟରୁ ମିଆଁମାର ଅଣ୍ଟା ସଳଖି ନଥିବା ବେଳେ ଏବେ ଭୂବକମ୍ପ ଝଟକା ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି ।

Get real time updates directly on you device, subscribe now.