fbpx

ସର୍ଜରୀ ପରେ ସୁସ୍ମିତା ସେନଙ୍କ ବଦଳିଲା ଲୁକ୍, ଭିଡିଓ ସେୟାର୍ କରି କହିଲେ- ଆଶା କରୁଛି ପସନ୍ଦ ଆସିବ…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୁସ୍କିତା ସେନ୍ ନଭେମ୍ବର ୧୯ରେ ନିଜର ୪୬ତମ ଜନ୍ମଦିନ ପାଳନ କରିଛନ୍ତି । ବଲିଉଡ୍ ଫିଲ୍ମ ଜଗତରେ ସୁସ୍ମିତା ହେଉଛନ୍ତି ଜଣାଶୁଣା ନାମ । ସେ ନିଜର ସୁନ୍ଦରତା ସହିତ ଚମତ୍କାର ଅଭିନୟରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ତେବେ ସେ ନିଜର ଜନ୍ମଦିନ ଅବସରରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରି ନିଜ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଜନ୍ମଦିନ ପୂର୍ବରୁ ତାଙ୍କ ସର୍ଜରୀ ହୋଇଛି । ସେ ନିଜର ନୂଆ ଲୁକ୍ ରେ ଭିଡିଓରେ ନଜର ଆସିଛନ୍ତି ।

ଭିଡିଓରେ ତାଙ୍କର ଏକ ଟ୍ରାନ୍ସଫରମେସନ୍ ଲୁକ୍ ନଜର ଆସିଛି । ଛୋଟ ହେୟାର୍ କଟ୍ ରେ ଭିଡିଓରେ ତାଙ୍କୁ ଦେଖିବାକୁ ମିଳିଛି । ସେ ନିଜର ହେୟାର୍ ଷ୍ଟାଇଲ୍ କୁ ନେଇ ଫ୍ୟାନ୍ସକୁ କହିଛନ୍ତି ଯେ, ଆଶା କରୁଛି ଆପଣ ମାନଙ୍କୁ ଏହି ନୂଆ ହେୟାର୍ ଷ୍ଟାଇଲ୍ ପସନ୍ଦ ଆସିଥିବ । ସର୍ଜରୀ ସମୟରେ ଆପଣ ମାନେ ଚିନ୍ତାରେ ପଡ଼ିଯାଇଥିଲେ । କିନ୍ତୁ ଏବେ ମୁଁ ସର୍ଜରୀ ପରେ ଠିକ୍ ହୋଇ ଆସୁଛି । କୌଣସି ସମସ୍ୟାର କଥା ନାହିଁ ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି ସୁସ୍ମିତା ।

 

View this post on Instagram

 

A post shared by Sushmita Sen (@sushmitasen47)

ତେବେ ସୁସ୍ମିତା ଖୁବ୍ ଶୀଘ୍ର ଏକ ୱେବସିରିଜ୍ ରେ ନଜର ଆସିବେ । ଯାହାର ନାମ ହେଲା “ଆର୍ଯ୍ୟା” । ସେ ଏହି ସିରିଜ୍ ର ପ୍ରଥମ ସିଜନ୍ ମାଧ୍ୟମରେ ଡିଜିଟାଲରେ ଡେବ୍ୟୁ କରିଥିଲେ ଓ ଫ୍ୟାନ୍ସ ମାନେ ଏହଆକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ଆଗକୁ ଏହି ସିରିଜ୍ ର ଦ୍ୱିତୀୟ ସିଜନ୍ ଆସିବାକୁ ଯାଉଛି ।

Get real time updates directly on you device, subscribe now.