fbpx

ଗୁଜରାଟରେ ପ୍ରଳୟ ପରେ ରାଜସ୍ଥାନରେ ପ୍ରବେଶ କଲା ଘୁର୍ଣ୍ଣିବଳୟ ‘ବିପର୍ଯ୍ୟୟ’, ପ୍ରବଳ ବର୍ଷା ହେବା ନେଇ ଚେତାବନୀ

ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଘୁର୍ଣ୍ଣିବଳୟ ‘ବିପର୍ଯ୍ୟୟ’ ରାଜସ୍ଥାନରେ ପ୍ରବେଶ କରିଛି। ଏହି ଘୂର୍ଣ୍ଣିବଳୟ ଗୁଜୁରାଟର ୯୪୦ ରୁ ଅଧିକ ଗାଁ ଦେଇ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ରାଜସ୍ଥାନ ଆଡକୁ ଯାଇଛି। ଆଜି ସନ୍ଧ୍ୟାରେ ରାଜସ୍ଥାନ ଉପରେ ଏହି ଘୂର୍ଣ୍ଣିବଳୟ ଏକ ଅବପାଦରେ ପରିଣତ ହୋଇ ଦୁର୍ବଳ ହେବାର ସମ୍ଭାବନା ରହିଛି।

ଘୂର୍ଣ୍ଣିବଳୟ ‘ବିପର୍ଯ୍ୟୟ’ ପ୍ରଭଭାବରେ ଶୁକ୍ରାବାର ରାଜସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଜୁନ୍ ୧୫ ରେ ରାତି ପ୍ରାୟ ୬.୩୦ ସମୟରେ ଗୁଜୁରାଟର କୁଚ୍-ସୌରାଷ୍ଟ୍ର ଉପକୂଳରେ ଘୂର୍ଣ୍ଣିବଳୟ ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିଥିଲା। ଆଇଏମଡି ଅନୁଯାୟୀ ଲ୍ୟାଣ୍ଡଫଲ ସମୟରେ ଯେ ୧୨୫ ରୁ ୧୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଥିଲା। ଅବଶ୍ୟ, ପରେ ଏହାର ଗତି ୧୦୮ କିଲୋମିଟରକୁ ହ୍ରାସ ପାଇଥିଲା।

 

Get real time updates directly on you device, subscribe now.