fbpx
BSKY SKY
BSKY SKY

ମସ୍ତିଷ୍କକୁ ଥଣ୍ଡା ରଖେ କୁଞ୍ଚକୁଞ୍ଚିଆ କେଶ: ଅଧ୍ୟୟନରୁ ଖୁଲାସା

BSKY

ଯାହାର ମୁଣ୍ଡରେ କୁଞ୍ଚୁକୁଞ୍ଚିକିଆ କେଶ ସେମାନଙ୍କ ପାଇଁ ଖୁସି ଖବର । କୁଞ୍ଚକୁଞ୍ôଚଆ କେବଳ କେଶବିନ୍ୟାସ ପାଇଁ ସୁନ୍ଦର ହୋଇନଥାଏ, ଏଥି ସହିତ ମୁଣ୍ଡକୁ ଥଣ୍ଡା ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଆମେ ଏହାକୁ କହୁନୁ । ଏହା ସଦ୍ୟ ଏକ ଅଧ୍ୟୟନରୁ ଜଣାଯାଇଛି । କୁଞ୍ଚିତ କେଶକୁ ଆଗରୁ ଘଞ୍ଚ ପଶମ ସଙ୍ଗେ ତୁଳନା କରି ତାହା ଉଷ୍ମତା ଶୋଷି ମୁଣ୍ଡକୁ ଗରମ କରୁଥିବ ବୋଲି ଅନୁମାନ କରାଯାଉଥିଲା ।

ମାତ୍ର ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ତାହାକୁ ଭୁଲ୍ ପ୍ରମାଣିତ କରି ପରୋକ୍ଷରେ ତାହା ମସ୍ତିଷ୍କକୁ ଶୀତଳ ରଖେ ବୋଲି ସ୍ପଷ୍ଟ କରିଛନ୍ତି । ମନୁଷ୍ୟର ମସ୍ତିଷ୍କକୁ ମାତ୍ରାଧିକ ଗରମରୁ ରକ୍ଷା କରିବା ପାଇଁ ଏହା ଏକ ବିବର୍ତ୍ତନୀୟ ପ୍ରକ୍ରିୟା ବୋଲି ସେମାନେ ଏକ ନୂତନ ନିର୍ଯାସରେ ଉପନୀତ ହୋଇଛନ୍ତି । ଗବେଷକମାନେ କେଶ ଉପସ୍ଥିତିରେ ମୁଣ୍ଡରେ ସୌର ବିକିରଣ ପ୍ରବାହରେ ଉଲ୍ଲେଖନୀୟ ହ୍ରାସର ପ୍ରମାଣ ପାଇଛନ୍ତି ।

ବିଶେଷ କରି କେଶ ବଙ୍କା ଥିଲେ, ତାହା ସୌର ବିକିରଣର ଉତ୍ତାପରୁ ଅଧିକ ସୁରକ୍ଷା ଯୋଗାଇଥାଏ । ପ୍ରାଚୀନ କାଳରେ ବିଷୁବ ରେଖାବର୍ତ୍ତୀ ଆଫ୍ରିକୀୟ ଅଞ୍ଚଳରେ ମନୁଷ୍ୟ ପ୍ରଜାତି ବିକଶିତ ହୋଇ ସିଧା ଚାଲିବା ପରେ ସେମାନଙ୍କର ମସ୍ତକର ଶୀର୍ଷ ସୌର ବିକିରଣକୁ ଅଧିକ ମାତ୍ରାରେ ଗ୍ରହଣ କରୁଥିଲା । ମସ୍ତିଷ୍କ ସାଧାରଣତଃ ଉତ୍ତାପ ପ୍ରତି ସମ୍ବେଦନଶୀଳ; ଏହା ଯେତେ ବଡ଼ ହୁଏ, ସେତେ ତାପ ସୃଷ୍ଟି କରେ ।

ବିକଶିତ ମନୁଷ୍ୟ ନିଜ ଶରୀରର ଅଧିକାଂଶ କେଶ ହରାଇବା ପରେ ଶରୀରକୁ ଥଣ୍ଡା ରଖିବା ଲାଗି ବିବର୍ତ୍ତନ ପ୍ରକ୍ରିୟାରେ ଦକ୍ଷ ସ୍ୱେଦଗ୍ରନ୍ଥିବିକଶିତ ହେଲା । ମାତ୍ର ସେଥିରୁ ଝାଳ ବାହାରିବା ଲାଗି ଅଧିକ ଜଳ ଓ ଇଲେକ୍ଟ୍ରୋଲାଇଟ୍ର ଆବଶ୍ୟକତା ରହିଛି । ଅପରପକ୍ଷେ, ଆକୃତି ନିର୍ବିଶେଷରେ କେଶରାଶି ସୌର ବିକିରଣରୁ ସୁରକ୍ଷା ଦେଇଥାଏ । ତେବେ ଶକ୍ତ ଭାବରେ ବଙ୍କା ହୋଇଥିବା କେଶ ମୁଣ୍ଡରେ ଚାପି ହୋଇ ରହିନଥାଏ । ତେଣୁ କେଶ ଓ ମୁଣ୍ଡର ଉପରିଭାଗ ମଧ୍ୟରେ ଦୂରତା ବଢ଼ିଥାଏ, ଯାହା ତାପରୁ ଅଧିକ ସୁରକ୍ଷା ଦେଇଥାଏ ।

Get real time updates directly on you device, subscribe now.