fbpx

ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ‘ବିପର୍ଯ୍ୟୟ’ ମଧ୍ୟରେ ସନ୍ତାନ ପ୍ରସବ କଲେ ୨୭୪ ଜଣ ମହିଳା

ନୂଆଦିଲ୍ଲୀ: ଘୁର୍ଣ୍ଣିବଳୟ ବିପର୍ଯ୍ୟୟ ଗୁଜରାଟରେ ପ୍ରଳୟ ରଚି ଏବେ ରାଜସ୍ଥାନ ଆଡ଼କୁ ଆଗ୍ରସର ହେଉଛି । ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍ ପରେ ବିପର୍ଯ୍ୟୟ ଆରମ୍ଭ କରିଥିଲା ଏହାର ତାଣ୍ଡବଲୀଳା । ଏଥିରେ ଗୁଜରାଟରେ ଅନେକ କ୍ଷୟକ୍ଷତୀ ହୋଇଥିବା ବେଳେ କିଛି ଖୁସି ଖବର ମଧ୍ୟ ରହିଛି । ଏହି ପ୍ରାକୃତିକ ବିପତ୍ତି ସମୟରେ ୩୦୦ ପରିବାରରେ ଖୁସିର ମାହୋଲ ଖେଳିଯାଇଛି । କଚ୍ଛ ଜିଲ୍ଲାପାଳ ଅମିତ ଆରୋରା ସୂଚନା ଦେଇଛନ୍ତି ଯେ, ୫୧୨ ଗର୍ଭବତୀ ମହିଳାମାନେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପୁର୍ବରୁ ବିଭୀନ୍ନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନେ ସୁରକ୍ଷିତ ପ୍ରସବ କରିଛନ୍ତି ।

ଆରୋରା କହିଛନ୍ତି ଯେ, ଆମେ ୫୧୨ ଗର୍ଭବତୀ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲୁ । ସେମାନଙ୍କ ମଧ୍ୟରୁ ୨୭୪ ଙ୍କର ପ୍ରସବ ହୋଇଥିଲା ଏବଂ ସେମାନେ ଏବେ ଘରକୁ ଫେରି ଯାଇଛନ୍ତି । ବାକି ଏବେବି ମେଡିକାଲରେ ଅଛନ୍ତି ।

ଘୁର୍ଣ୍ଣବଳୟ ଲ୍ୟାଣ୍ଡଫଲ୍‌୍ କରିବା ଦୁଇ ଦିନ ପୁର୍ବରୁ ହିଁ ଗର୍ଭବତୀ ମହିଳା ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘୁର୍ଣ୍ଣିବଳୟ ବିପର୍ଯ୍ୟୟ ଗୁରୁବାର ସାନ୍ଧ୍ୟାରେ ସୌରାଷ୍ଟ୍ର ଏବଂ କଛ ଏବଂ ପାକିସ୍ତାନୀ ଉପକୂଳରେ ଏହା ସ୍ଥଳଭାଗକୁ ଛୁଇଁଥିଲା । ଏହି ସମୟରେ ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଥିଲା ।

Get real time updates directly on you device, subscribe now.