fbpx

ଜାଲ୍ ବୟସ ପ୍ରମାଣପତ୍ର ଦେଇ ୨୮ ବର୍ଷୀୟା ମହିଳା ଯାଉଥିଲେ ସ୍କୁଲ, ସତ ଜଣାପଡିବା ପରେ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଜଣେ ୨୮ ବର୍ଷୀୟା ମହିଳା ନିଜ ବୟସ ୧୭ ଦର୍ଶାଇ ହାଇସ୍କୁଲରେ ଆଡମିଶନ କରାଇଥିଲେ । ଏହି ମହିଳାଙ୍କ ନାମ ହେଉଛି ମାରଥା ଗୁଟିରେଜ ସେରାନୋ । ମହିଳା ଜଣକ ନକଲି ପାସପୋର୍ଟ ଓ ଜନ୍ମପ୍ରମାଣପତ୍ର ଦେଖାଇ ସ୍କୁଲରେ ଆଡମିଶଡ଼ କରିଥିଲେ । ସେ ୨୦୨୨-୨୩ ବ୍ୟାଚ୍ରେ ଛାତ୍ରୀ ଭାବରେ ନିଜ ନାମ ଲେଖାଇଥିଲେ । ଘଟଣାଟି ହେଉଛି ଆମେରିକା ଲୁସିଆନାର ।

ଏହି ଘଟଣାରେ ଏବେ ପୋଲିସ ମହିଳା ଓ ତାଙ୍କ ମାଙ୍କୁ ଗିରଫ କରି ନେଇଛି । ପୋଲିସ କହିଛି ସେଣ୍ଟ ଚାର୍ଲସ୍ ପ୍ୟାରିସ୍ ପବ୍ଲିକ୍ ସ୍କୁଲକୁ କେହି ଜଣେ ଏହି ମହିଳାଙ୍କ ନକଲି ବୟସ ପ୍ରମାଣ ପତ୍ର ବିଷୟରେ ସୂଚନା ଦେଇଥିଲେ । ସୂଚନାଦାତା କହିଥିଲେ ଯେଉଁ ଯୁବତୀ ନିଜକୁ ୧୮ ବର୍ଷ ବୋଲି କହୁଛନ୍ତି ତାଙ୍କର ପ୍ରକୃତ ବୟସ ୨୮ । ଏହାପରେ ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା ଓ ଏହାପରେ ଜଣାପଡିଥିଲା ଯେ ମାରଥା ନିଜର ବୟସକୁ ଲୁଚାଇ ସ୍କୁଲରେ ଆଡମିଶନ ନେଇଛନ୍ତିି । ପୋଲିସ ସେହି ଯୁବତୀ ଓ ତାଙ୍କ ମାଙ୍କୁ ଗିରଫ କରିଛି । ପୋଲିସ ତାଙ୍କ ଘରର ତଲାସୀ ନେଇ ସେଠାରେୁ ତାଙ୍କର ନକଲି ପାସପୋର୍ଟ ଓ ଜନ୍ମ ପ୍ରମାଣପତ୍ର ପାଇବା ପରେ ଦୁଇଜଣଙ୍କୁ ଗିରଫ କରିଥିଲା । ତେବେ ସେ କେବେ ଠାରୁ ଏପରି ନକଲି ପ୍ରମାଣପତ୍ର ଦେଇ ସ୍କୁଲ ଯାଉଥିଲେ ତାହା ଜଣାପଡି ନାହିଁ ।

Get real time updates directly on you device, subscribe now.