ନକଲି ପ୍ରେସକାର୍ଡ ନେଇ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ପହଞ୍ଚିଲା ବ୍ୟକ୍ତି, ଜାଣନ୍ତୁ କିପରି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଲଗାତାର କମଲା ହ୍ୟାରିସ ଏବଂ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରଚାରରେ ସାମିଲ ଅଛନ୍ତି । ଏହି ସମୟରେ ରିପବ୍ଲିକ ପାର୍ଟୀର ପ୍ରାର୍ଥୀ ଟ୍ରମ୍ପଙ୍କୁ ତୃତୀୟଥର ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି । ଏହି ସମୟରେ ରିପବ୍ଲିକାନ ପାର୍ଟୀର ପ୍ରାର୍ଥୀ ଟ୍ରମ୍ପଙ୍କ ଉପରେ ତୃତୀୟ ଥର ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଛି । ହେଲେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଏଥିର ଟ୍ରମ୍ପଙ୍କୁ ଯେଉଁ ବ୍ୟକ୍ତି ଆକ୍ରମଣ କରିବାକୁ ଆସିଥିଲା ତାକୁ ରାଲିର କିଛି ଦୂରରୁ ଧରାଯାଇଛି ।

ଟ୍ରମ୍ପଙ୍କ ଉପରେ ଏହା ପୂର୍ବରୁ ଦୁଇ ଥର ଆକ୍ରମଣ ହୋଇସାରିଛି । ଏଥର ଆକ୍ରମଣ କରିଥିବା ବ୍ୟକ୍ତିର ନାମ ହେଉଛି ବେମ ମିଲର । ଟ୍ରମ୍ପ ଯେଉଁ ସମୟରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରଚାର କରୁଥିଲେ । ସେହି ସମୟରେ ସେହି ବ୍ୟକ୍ତିଙ୍କୁ କିଛି ଦୂରରୁ ଗିରଫ କରାଯାଇଥିଲା । ତାଙ୍କ ପାଖରେ ଗୁଳି ଭର୍ତ୍ତି ବନ୍ଧୁକ ଜବତ କରାଯିବା ସହ ନକଲି ପ୍ରେସ କାର୍ଡ ମିଳିଛି । ପୋଲିସ ଦେଇଥିବା ସୂଚନା ଅନୁସାରେ, ବେମ ମିଲର ଲସ ବେଗାସରେ ରୁହନ୍ତି ।

 

Get real time updates directly on you device, subscribe now.