fbpx

ଚୀନରେ ପୁଣି ଉଗ୍ରରୂପ ନେଲାଣି କରୋନା, ୧୦ଟି ସହରରେ ଲାଗୁ ହେଲା ଲକଡାଉନ୍

ନୂଆଦିଲ୍ଲୀ: ପୁଣିଥରେ କରୋନା ମହାମାରୀ ସଂକ୍ରମଣ କରିବା ଆରମ୍ଭ କଲାଣି । ଚୀନରେ ପୁଣିଥରେ ଏକାଧିକ ସହରରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସେଠାରେ ଦିନକରେ ରେକର୍ଡ ୫୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ ଠାରୁ ଏଯାବତ୍ ସର୍ବାଧିକ ଦୈନିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶର ଜିଲିନ୍ ପ୍ରୋଭିନ୍ସରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେନଝେନ ସମେତ ୧୦ଟି ସହରରେ ଲକଡାଉନ୍ ଲାଗୁ ହୋଇସାରିଲାଣି ।

ଏହା ପୂର୍ବରୁ ରବିବାର ଦିନ ୩୧୦୦ ମାମଲା ଚିହ୍ନଟ ହୋଇଥିଲା । ଏହା ପ୍ରଭାବରେ ଅନେକ ସହରରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ସଂଘାଇରେ ସ୍କୁଲ ସବୁକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ବିଶ୍ୱରେ ଆକ୍ଟିଭ୍ କେସ୍ ୬ କୋଟି ରହିଛି । ଲୋକମାନଙ୍କ ଚିକିତ୍ସା ଏବେ ଜାରି ରହିଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ସୁସ୍ଥ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ଯଦି ଦେଖିବା ତେବେ ୬୦.୬ ଲକ୍ଷ ଲୋକଙ୍କ କୋଭିଡ୍ ଜନିତ ମୃତ୍ୟୁ ହୋଇସାରିଛି ।

ଚୀନରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ୍ କାରଣରୁ ମାମଲା ବୃଦ୍ଧି ପାଉଛି । ଫଳରେ ଲକ୍ଷ ଲକ୍ଷ ଲୋକ ପୁଣିଥରେ ଘରେ ବନ୍ଦ ହୋଇଯାଇଛନ୍ତି । ୧.୭୦ କୋଟି ଜନସଂଖ୍ୟା ବିଶିଷ୍ଟ ସେନଝେନ ସହରରେ ସୋମବାର ଦିନ ସମସ୍ତ ଗାଁ ଓ ସହରରେ ଲକଡାଉନ୍ ଲଗାଇ ଦିଆଯାଇଛି । ମେଟ୍ରୋ ସେବାକୁ ବି ବନ୍ଦ କରାଯାଇଛି । ସଂଘାଇରେ ମଧ୍ୟ ମଲ୍ ରେଷ୍ଟୁରାଣ୍ଟ୍, ବିଜନେସ୍ , ସ୍କୁଲ ଆଦି ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍ ବନ୍ଦ କରିଛନ୍ତି ସରକାର ।

Get real time updates directly on you device, subscribe now.