ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତାର କାରଣ ପାଲଟିଛି । ୩ ଦିନ ଟକିଏ ଶାନ୍ତ ରହିବା ପରେ ପୁଣି ଆଜି ଫୁଟିଛି କରୋନା ବୋମା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧,୬୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ସେତିକି ନୁହେଁ, ରାଜ୍ୟରେ ସଂକ୍ରମଣ ହାରରେ ମଧ୍ୟ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ୪.୯୮ ପ୍ରତିଶତରେ ପହଞ୍ଚିଛି ରାଜ୍ୟର କୋଭିଡ ପଜିଟିଭିଟି ରେଟ । ଆଜିର ନୂଆ ଆକ୍ରମାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬୦୯୬ ଟି ସକ୍ରିୟ ମାମଲା ଥିବା ଜଣାପଡିଛି ।
ତେବେ ଦୁଇ ଦିନ ତଳେ ମାର୍ଚ୍ଚ ୪ ତାରିଖରେ କରୋନା ଭାଇରସର ମୋଟ ୧୩୫୪ଟି ନୂଆ କେସ ସାମନାକୁ ଆସିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିବା ମଧ୍ୟ ଜାଣିବାକୁ ମିଳିଛି । ତେବେ ଦିଲ୍ଲୀର ନୋଏଡା ଅଞ୍ଚଳରେ କରୋନା କେସ ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୬୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଅଞ୍ଚଳର ଆକ୍ଟିଭ କେସ ୭୮୮ରେ ପହଞ୍ଚିଛି ।
ତେବେ ବୁଧବାର ରାଜ୍ୟରେ ସଂକ୍ରମଣ ସାମାନ୍ୟ କମ ରହିଥିଲା । ୧,୩୫୪ଟି ନୂଆ କେସ ଆସିଥିବା ବେଳେ ଜଣେ ଆକ୍ରମାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି । ତେବେ ସଂକ୍ରମଣ ହାର ମଧ୍ୟ ୩ ପ୍ରତିଶତ ହ୍ରାସ ପାଇଥିଲା ।