ମୁମ୍ବାଇକୁ ମିଳିଲାନି ପ୍ରଥମ ବିଜୟ: ଓଡିଅନଙ୍କ ଚକ୍ରାନ୍ତରେ ଓଲଟିଗଲା ଗଲା ମୁମ୍ବାଇ ପଲଟନ

ମୁମ୍ବାଇ: ପଞ୍ଜାବ କିଙ୍ଗସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ଏହା ସହିତ ଚଳିତ ସିଜନରେ ଦଳର ପ୍ରଥମ ବିଜୟ ସ୍ୱପ୍ନ ପୁଣିଥରେ ଭାଙ୍ଗିଯାଇଛି । ଡିୱାଲ୍ଡ ବ୍ରେଭିସ ଏବଂ ସୂର୍ଯ୍ୟକୁମାରଙ୍କ ଦମଦାର ବ୍ୟାଟିଂ ପରେ ମଧ୍ୟ ମୁମ୍ବାଇକୁ ପରାଜୟର ସାମନା କରିବାକୁ ପଡିଛି । ଏପର୍ଯ୍ୟନ୍ତ ଖେଳାଯାଇଥିବା ୫ଟି ଯାକ ମ୍ୟାଚରେ ପରାଜୟ ବରଣ କରିଛି ମୁମ୍ବାଇ ପଲଟନ ।

IPL 2022 MI vs PBKS Match 23 Preview Mumbai Indians Punjab Kings Match  Details Squads Venue मुंबई इंडियंस के लिए होगी पंजाब किंग्स के खिलाफ जीत का  खाता खोलने की चुनौती -

୧୯୯ ରନର ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇର ପାଳି ଆରମ୍ଭ କରିବାକୁ ପଡିଆକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶାନ । କିନ୍ତୁ ମାତ୍ର ୩ ରନ କରି ପାଭିଲିୟନ ଫେରିଯାଇଥିଲେ ଇଶାନ । ରୋହିତ ମଧ୍ୟ ଦଳକୁ ମଜବୁତ ସ୍ଥିତିରେ ଠିଆ କରିବା ପୂର୍ବରୁ ନିଜ ୱିକେଟ ହରାଇଥିଲେ । ପୁଣିଥରେ ଫେଲ ମାରିଛନ୍ତି କ୍ୟାପଟେନ ରୋହିତ । କିନ୍ତୁ ଏହାପରେ ଡିୱାଲ୍ଡ ବ୍ରେଭିସ ଏବଂ ତିଲକ ବର୍ମାଙ୍କ ଦମଦାର ପାଳି ଦେକିବାକୁ ମିଳିଛି ମୁମ୍ବାଇର ଏହି ମଇଦାନରେ । ରାହୁଲ ଚହର ଏବଂ ଅନ୍ୟ ବୋଲରଙ୍କୁ ଟାର୍ଗେଟ କରି ଆରମ୍ଭ କରିଥିଲେ ବିସ୍ଫୋରକ ବ୍ୟାଟିଂ । ମାତ୍ର ୨୫ ବଲରେ ୪୯ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ବେବି ଏବି ଡିଭିଲିୟର୍ସ । ଏହି ପାଳିରେ ୫ ଛକା ସହିତ ୪ ଚୌକା ସାମିଲ ରହିଛି ।

ସେପଟେ ତିଲକ ବର୍ମା ମଧ୍ୟ ୨୦ ବଲରୁ ୨ଟି ଛକା ଏବଂ ୩ ଚୌକା ସହ ୩୬ ରନର ଦମଦାର ପାଳି ଖେଳୁଥିବା ବେଳେ ରନ ଆଉଟ ହୋଇଯାଇଥିଲେ । ପୁଣିଥରେ ତାଙ୍କ ୱିକେଟ ପରେ ମୁମ୍ବାଇ ଅସୁବିଧାରେ ପଡିଯାଇଥିଲା । ଏହାପରେ ଦଳର ଷ୍ଟାର ଅଲରାଉଣ୍ଡର କାଏରନ ପୋଲାର୍ଡ ମଧ୍ୟ ୧୧ ବଲରୁ ୧୦ ରନ କରି ପାଭିଲିୟନ ଫେରିଥିଲେ । ତେବେ ସୂର୍ଯ୍ୟକୁମାର ଯାଦବ ଏକ ବଡ ପାରି ଖେଳି ମ୍ୟାଚରେ ବିଜୟ ଆଡକୁ ଅଗ୍ରସର ହେଉଥିଲେ । କିନ୍ତୁ ୧୯ତମ ଓଭରରେ କାଗିସୋ ରାବାଡା ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଏବଂ ମୁମ୍ବାଇର ପ୍ରଥମ ବିଜୟ ସ୍ୱପ୍ନ ଭାଙ୍ଗି ଦେଇଥିଲେ । ଶେଷ ଓଭରରେ ୨୨ ରନର ଆବଶ୍ୟକତା ଥିବା ବେଳେ ଗୋଟିଏ ଛକା ମାରି ଆଉଟ ହୋଇଯାଇଥିଲେ ଜୟଦେବ ଉନାଦକତ ୧୨(୭) । ଶେଷ ଓଭରରେ ୩ଟି ୱିକେଟ ନେଇ ପଞ୍ଜାବକୁ ବିଜୟ ଭେଟି ଦେଇଛନ୍ତି ଓଡିଅନ ସ୍ମିଥ । ଏହି ମ୍ୟାଚକୁ ୧୨ ରନରେ ଜିତି ନେଇଛି ପଞ୍ଜାବ କିଙ୍ଗସ ।

IPL 2022: Jaffer 'baffled' not to see a single yorker from Odean Smith -  Telugu Bullet

ଅନ୍ୟ ପକ୍ଷରେ ପଞ୍ଜାବ ପକ୍ଷରୁ ବୋଲିଂ କରି ଓଡିଅନ ସ୍ୱିଥ ୪ଟି ଏବଂ କାଗିସୋ ରାବାଡା ଏବଂ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ମ୍ୟାଚରେ ଗୋଟିଏ ୱିକେଟ ହାସଲ କରିଛନ୍ତି ବୈଭବ ଆରୋରା । ତେବେ ରାହୁଲ ଚହର ଏବଂ ଲିଆମ ଲିଭିଙ୍ଗଷ୍ଟୋନ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଏହି ଦୁଇ ବୋଲରଙ୍କ ସମେତ ଅର୍ଶଦୀପ ସିଂହ ମଧ୍ୟ ମ୍ୟାଚରେ ୱିକେଟଶୂନ୍ୟ ରହିଛନ୍ତି ।