fbpx

କଳାହାଣ୍ଡି ପରେ ଫୁଲବାଣୀ: ପୁଣି ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କମୁ ନାହିଁ ମାଓବାଦୀଙ୍କ ଉତ୍ପାତ । ଗତ ୫ ତାରିଖରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ଉକ୍ତ ଘଟଣାର ପୁନରାବୃତ୍ତି ଘଟିଛି ଆଜି । ଫୁଲବାଣୀର ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ କିଆମୁଣ୍ଡା ନିକଟରେ ଏହି ବିସ୍ଫୋରଣ ଘଟିଛି । ମୃତ ଯୁବକଙ୍କ ନାମ ପ୍ରିୟରଞ୍ଜନ କହଁର ଓ ସେ କିଆମୁଣ୍ଡା ଗ୍ରାମର ବୋଲି ଜଣାପଡ଼ିଛି । ଗତକାଲି ମାଓବାଦୀମାନେ ବିସ୍ଫୋରଣ ସ୍ଥଳରେ ପୋଷ୍ଟର ମାରିଥିଲେ । ଏଥିସହ ସେମାନେ ଠିକାଦାରଙ୍କ ଦୁଇଟି ଜେସିବିକୁ ପୋଡ଼ି ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ସାମ୍ବାଦିକ ରୋହିତ ବିଶ୍ୱାଳପ୍ରାଣ ହରାଇଥିଲେ । କଳାହାଣ୍ଡି ଜିଲ୍ଲାର ମ.ରାମପୁର ଥାନା କର୍ଲାଖୁଣ୍ଟା ଦୁଲେନ ବ୍ରିଜ ନିକଟରେ ଉକ୍ତ ବିସ୍ଫୋରଣ ଘଟିଥିଲା । ମାଓବାଦୀ ମାରିଥିବା ପୋଷ୍ଟରର ଫଟୋ ଉଠାଇବାକୁ ଯିବା ସମୟରେ ଉକ୍ତ ଅଘଟଣ ଘଟିଥିଲା । ମୃତ ରୋହିତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥିଲେ । ପୋଲିସ ବିଭାଗ ପକ୍ଷରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାନ ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.