fbpx

ରୋଷେଇ ଘରେ ମହଙ୍ଗାର ନିଆଁ: ରାଜଧାନୀ ସମେତ ବିଭିନ୍ନ ସହରରେ ପୁଣି ବଢିଲା ପିଏନଜି ଦାମ

Advertisement

ନୂଆଦିଲ୍ଲୀ: ଦେଶରେ କିଛି ଦିନରୁ ଲାଗି ରହିଛି ମହଙ୍ଗା ମାଡ । ଗାଡି ଚାଳକଙ୍କ ପକେଟରୁ ଆରମ୍ଭ କରି ଏହାର ଆକ୍ରମଣ ଏବେ ରୋଷେଇ ଘରେ ପହଞ୍ଚିଲାଣି । ପୁଣି ଥରେ ରୋଷେଇ ଗ୍ୟାସର ଦାମ ବଢିଥିବା ନେଇ ସୂଚନା ମିଳିଛି । ୧୪ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପିଏନଜି ଗ୍ୟାସର ଦାମ ବଢାଇଛି ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ(IGL) । ଗ୍ରାହକମାନଙ୍କୁ ମେସେଜ କରି ଏ ନେଇ ସୂଚନା ଦେଇଛି IGL । ପିଏଜିର ଦାମ ଏବେ ୪.୨୫ଟଙ୍କା ପ୍ରତି ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ବୃଦ୍ଧି କରାଯାଇଛି । ଏପ୍ରିଲ ୧୪ ଅର୍ଥାତ ଆଜିଠାରୁ ଏହି ନୂଆ ଦର ଲାଗୁ କରାଯିବ ।

ଗତ ୨୪ ମାର୍ଚ୍ଚରେ ମଧ୍ୟ ପିଏନଜି ଦରରେ ୧ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଏପ୍ରିଲ ୧ ତାରିଖରେ ମଧ୍ୟ ଏଥିରେ ୫.୮୫ ଟଙ୍କା ବୃଦ୍ଧି ହୋଇଥିଲା । ଏହାପରେ ପୁଣିଥରେ ଦରବୃଦ୍ଧି ଗ୍ରାହକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଦିଲ୍ଲୀ, ନୋଏଡା-ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ପିଏନଜି ବ୍ୟବହାର କରୁଥିବା ପାଖାପାଖି ୧୭ ଲକ୍ଷ ପରିବାରଙ୍କୁ ଲାଗିବ ଏହି ନୂଆ ଦର । ତେବେ ନୂଆ ଦର ଅନୁସାରେ ଏକ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ପିଏନଜି ପ୍ରତି ୪୫.୮୬ ଟଙ୍କା ଦେୟ କରିବେ ଗ୍ରାହକ । ନିକଟତର ଅନ୍ୟ ସହରରେ ଏହାର ଦର ୧୦ ପଇସା ଅଧିକ ରହିବ । ସେପଟେ ଗୁରୁଗ୍ରାମରେ ସବୁଠାରୁ ଶସ୍ତା ଏବଂ ନୂଆ ଦାମ ରହିଛି ୪୪.୦୬ ଟଙ୍କା ।

Get real time updates directly on you device, subscribe now.