fbpx

ପୁଣି ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ମିଳିଲା ହତ୍ୟା ଧମକ : ୪୦୦ କୋଟି ଦାବି କଲେ ଦୁବୃତ୍ତ

ଓଡ଼ିଶା ଭାଷ୍କର : ଏସିଆର ସବୁଠାରୁ ଧନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମାଲିକ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ୩ ଥର ହତ୍ୟାର ଧମକ ମିଳିଲାଣି । ୩ ଦିନରେ ୩ ଥର ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ଧମକ ଦେଇଥିବା ବ୍ୟକ୍ତି ୨୦ କୋଟି ଦାବି କରୁଥିବା ବେଳେ ଏବେ ୪୦୦ କୋଟି ଦାବି ହୋଇଛି ବୋଲି କହିଛନ୍ତି । ଏହି ହତ୍ୟା ଧମକଟି ଇ-ମେଲ ଆଇଡିରୁ ମିଳିଛି । ୪୦୦ କୋଟି ଟଙ୍କା ଦେବାକୁ ଇ-ମେଲ ମାଧ୍ୟମରେ ଧମକ ଦିଆଯାଇଛି । ଏନେଇ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ମୁମ୍ବାଇର ଗାମଦେବୀ ଥାନାର ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବି ମୁକେଶଙ୍କୁ ଏଭଳି ଅନେକ ଥର ଧମକ ମିଳିଥିଲା । ତେବେ ପୂର୍ବରୁ ଧମକ ଦେଇଥିବା ବ୍ୟକ୍ତି ୨୦ କୋଟି ଦାବି କରୁଥିବା ବେଳେ ଏବେ ୪୦୦ କୋଟି ଦାବି କରିଛନ୍ତି । ଅଜଣା ବ୍ୟକ୍ତି ଜଣକ ୪୦୦ କୋଟି ଦାବି କରିବା ସହିତ ପୋଲିସକୁ ମଧ୍ୟ ଚ୍ୟାଲେଞ୍ଜ ଦେଇ ଧମକ ଦେଇଥିବାର ଖବର ମିଳିଛି । ମୁମ୍ବାଇ ପୋଲିସ ଆଇପି ଆଡ୍ରେସ ଖୋଜୁଥିବା ବେଳେ କିନ୍ତୁ କିଛି ଜଣାପଡୁ ନାହିଁ । ଏହି ମେଲ [email protected] ଆସିଚି ବୋଲି କୁହାଯାଇଛି । ତେଣୁ ପୋଲିସ ଇଣ୍ଟରପୋଲ ଜରିଆରେ ବେଲଜିୟମର ଭର୍ଚୁଆଲ ପ୍ରାଇଭେଟ ନେଟଓ୍ଵାର୍କ କମ୍ପାନୀ ଠାରୁ ଇମେଲ ଡିଟେଲ ଖୋଜିବା ପାଇଁ ସହାୟତା ମାଗୁଛି । ତେବେ ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ଏବଂ ମହାରାଷ୍ଟ୍ର ସାଇବର କ୍ରାଇମ ସେଲ୍ସ ମିଶି ମାମଲାର ଯାଞ୍ଚ କରୁଛନ୍ତି ।

Get real time updates directly on you device, subscribe now.