fbpx

ପୁଣି ଅଜଣା ଜନ୍ତୁ ଆକ୍ରମଣ : ଏକାଥରରେ ୩୦ ଛେଳି ମୃତ

ରାୟଗଡା : ପୁଣି ମାତିଲେଣି ଅଜଣା ଜନ୍ତୁ । ରାୟଗଡା ଜିଲ୍ଲା ଗଞ୍ଜୁଗୁଡାରେ ଅଜଣା ଜନ୍ତୁ ଆକ୍ରମଣ କରିଛନ୍ତି । ଏହି ଅଜନ୍ତୁର ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲାର ସୀମାନ୍ତ ଗାଁ ଗୁଡାରି ରେଞ୍ଜର ଅଞ୍ଚଳର ନୂଆଗଡ ପଞ୍ଚାୟତରେ ଛେଳି ଗୁଡିକ ଚରିବା ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ବର୍ଷା କାରଣରୁ ସେମାନେ ନିଜର ଆଶ୍ରୟସ୍ଥଳକୁ ଫେରି ପାରି ନଥିଲେ ।

ସେଠାରେ ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ ହୋଇଛି । କିନ୍ତୁ ଏହି ଆକ୍ରମଣ ବାଘ କିମ୍ବା ଅଜଣା ଜନ୍ତୁ ଦ୍ୱାରା ହୋଇଛି ତାହା ସନ୍ଦେହ କରିଛନ୍ତି । ଏନେଇ ବନ ବିଭାଗ ଘଟଳାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗାଁ ଲୋକଙ୍କ କହିବା ଅନୁସାରେ ଗାଁ ଜଙ୍ଗଲରେ କଲରାପତରିଆ ବାଘ ବୁଲୁଛନ୍ତି, ତେଣୁ ଛେଳିଙ୍କୁ ବି ବାଘ ହିଁ ଆକ୍ରମଣ କରିଥରବାର ସନ୍ଦେହ କରାଯାଉଛି । କିନ୍ତୁ ଏ ପର୍ଯ୍ୟନ୍ତ ଛେଳି କାହା ଦ୍ୱାରା ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.