fbpx

ଟିକାକରଣ ଉପରୁ ବୟସ ସୀମା ହଟାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ

ନୂଆଦିଲ୍ଲୀ ୧୧ା୪(ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଚିନ୍ତାରେ ରହିଛନ୍ତି । ଏପଟେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସି ଥିବାରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଚିନ୍ତା ପ୍ରକଟ କରିଛନ୍ତି । କରୋନାକୁ ରୋକିବାକୁ ହେଲେ ଟିକାକରଣ ଉପରୁ ବୟସ ସୀମା ହଟାଇ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଚତୁର୍ଥ ଫେଜ୍ କରୋନା ତୃତୀୟ ଫେଜ୍ କରୋନା ଠାରୁ ଅଧିକ ମାତ୍ରରେ ବଢି ଚାଲିଛି । କରୋନାକୁ କାବୁ କରିବାକୁ ହେଲେ ୪୫ ବର୍ଷରୁ କମ୍ ବୟସ ଲୋକମାନଙ୍କୁ ଟିକା ଦିଆଯିବା ଦରକରା । ଦିଲ୍ଲୀରେ ୬୫% ପ୍ରତିଶତ ୪୫ ବର୍ଷରୁ କମ୍ ବୟସର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଯେଉଁଥିପାଇଁ ଟିକା ନେବା ଲାଗି ବୟସ ସୀମା ହଟାଇବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ।
ସୂଚନା ଅନୁସାରେ ୨୪ ଘଣ୍ଟାରେ ୭୮୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ମୋଟ କରୋନା ସଂକ୍ରମତଙ୍କ ସଂଖ୍ୟା ୭,୧୪,୪୨୩ରେ ପହଞ୍ଚିଛି ।

Get real time updates directly on you device, subscribe now.