ଆଜି ହୋଇପାରେ ଅଗ୍ନି-୫ ପରୀକ୍ଷଣ!

ନୂଆଦିଲ୍ଲୀ: ଆଜି ବ୍ଲାଷ୍ଟିକ ମିଜାଇଲ ଅଗ୍ନି-୫ ର ପରୀକ୍ଷଣ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଆଗ୍ନି-୫ ମିଜାଇଲର ଲକ୍ଷ୍ୟଭେତ କ୍ଷମତା ପ୍ରାୟ ୫୫୦୦କିଲୋମିଟର ରହିଥିବା ବେଳେ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରହିଛି । ଚୀନ ସହ ମୁହାଁମୁହିଁର ୫ ଦିନ ପରେ ଏହାର ପରୀକ୍ଷଣକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢିବାର ଲାଗିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ୬ ତାରିଖରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ବୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ପାଇଁ ଡିଆରଡିଓ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଯାହା ଆଜି ହେବାର ସମ୍ଭାବନା ରହିଛି । ତେବେ ଅଗ୍ନି-୫ ମିଜାଇଲ ନଭେମ୍ବର ସାମରେ ପରିକ୍ଷଣ ହେବାକୁ ଥିବା ବେଳେ ଏହାକୁ ଡିସେମ୍ବର ଘୁଞ୍ଚାଇ ଦିଆଯାଇଥିଲା । କାରଣ ସେହି ସମୟରେ ଭାରତ ମହାସାଗରରେ ବୁଲୁଥିବା ଚୀନର ଏହି ଜାହାଜ ଭାରତ ପାଇଁ ପ୍ରତିବନ୍ଧକ ସାଜିଥିଲା । ଫଳରେ ଏହାକୁ ଆଜି ପରୀକ୍ଷଣ କରିବାର ସମ୍ଭାବନା ରହିଛି ।