ଆସନ୍ତା ୧୮ରୁ ପୁରୀର ଏହି ସ୍ଥାନରେ ହେବ ଅଗ୍ନିପଥ ନିଯୁକ୍ତି ଶିବିର, ଜାଣନ୍ତୁ କିପରି ଡାଉନଲୋଡ୍ କରିବେ ଆଡମିଟକାର୍ଡ

ଅଗ୍ନିପଥ ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଆସନ୍ତା ୧୮ରୁ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟସ୍ କମ୍ପେ୍ଲକ୍ସ ଏବଂ ଇନଡୋର ଷ୍ଟାଡିୟମରେ ନିଯୁକ୍ତି ଶିବିର ଅନୁଷ୍ଠିତ ହେବ । ଏଥିରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀ ଏବଂ କେବଳ ଜେସିଓ ବର୍ଗର ସିପାହୀ ଫାର୍ମା, ସୈନିକ ଟେକ୍, ନର୍ସିଂ ସହାୟକ ଓ ଧାର୍ମିକ ଶିକ୍ଷକ ବର୍ଗର ନିୟମିତ ସୈନିକ ଏବଂ ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକ୍କିମର ମହିଳା ମିଲିଟାରୀ ପୁଲିସ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ ।

ଏହି ଶିବିରରେ ଅନଲାଇନରେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ଏବଂ ମେଡ଼ିକାଲ ପରୀକ୍ଷା ଦେବାକୁ ପଡିବ । ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍ www.joinindianarmy.nic.inରେ ଥିବା ସେମାନଙ୍କ ପ୍ରୋଫାଇଲରେ ଲଗଇନ କରି ନିଯୁକ୍ତି ଶିବିର ପାଇଁ ଆଡମିଟ୍ କାର୍ଡ ଡାଉନ ଲୋଡ୍ କରିପାରିବେ ।

କୌଣସି ସମସ୍ୟା ପାଇଁ ପ୍ରାର୍ଥୀ କଟକ ଏଆରଓ ଙ୍କୁ (୯୪୩୭୧୬୨୨୮୦) (୦୬୭୧- ୨୩୦୫୨୮୦) ନମ୍ବର ରେ ଯୋଗାଯୋଗ କରି ପାରିବେ । ସେନାରେ ନିଯୁକ୍ତ ଦକ୍ଷତା, ଯୋଗ୍ୟତା ଆଧାର ରେ ସମ୍ପୂର୍ଣ୍ଣ ସ୍ୱଛତାରେ କରାଯାଏ ।

ଏଥିରେ କୌଣସି ଦଲାଲ ବା ଠକମାନଙ୍କ ପ୍ରଲୋଭନ ରେ ନ ପଡିବା ପ୍ରାର୍ଥୀ ମାନଙ୍କୁ ଆର୍ମି ପକ୍ଷରୁ ସଚେତନ କରାଯାଇଛି । ଅପରପକ୍ଷରେ ଏହି ଦଲାଲ ମାନ ଙ୍କୁ ଧରିବା ପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.