fbpx
BSKY
BJD YOUTH SKY
BJD MS SKY

ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ମିଳିଲା ‘Diamond Bat’: ପ୍ରାକୃତିକ ହୀରା ପ୍ରସ୍ତୁତ ହୋଇଛି ବ୍ୟାଟ୍

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ବର୍ତ୍ତମାନ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ତେବେ ତାଙ୍କ ବ୍ୟାଟିଂ ଷ୍ଟାଇଲ ସମସ୍ତଙ୍କୁ ପାଗଳ କରିଦିଏ । ଆସନ୍ତା ଦିନିକିଆ ବିଶ୍ୱକପରେ ସେ ଭାରତ ପାଇଁ ପ୍ରମୁଖ ସଦସ୍ୟ ହୋଇଥିବା ବେଳେ ତାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗି ରହିଛି । କାରଣ ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ଉପହାର ମିଳିଛି ହୀରାର ବ୍ୟାଟ୍ । ସୁରଟର ଜଣେ ବ୍ୟବସାୟୀ ବିରାଟଙ୍କୁ ଡାଇମଣ୍ଡ ବ୍ୟାଟ୍ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁସାରେ, ବିରାଟ କୋହଲିଙ୍କ ଜବରା ଫ୍ୟାନ୍ ତଥା ସୁରଟର ଖ୍ୟାତିନାମା ବ୍ୟବସାୟୀ କୋହଲିଙ୍କୁ ବଡ଼ ଉପହାର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ସେ ଏକ ଡାଇମଣ୍ଡ ବ୍ୟାଟ୍ ଗିଫ୍ଟ କରିବେ ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ଲକ୍ଷ ଲକ୍ଷ ଟଭ୍କା ଖର୍ଚ୍ଚ କରି ସେ ବିରାଟ କୋହଲିଙ୍କୁ ଏହି ଉପହାର ପ୍ରଦାନ କରିବେ ବୋଲି କହିଛନ୍ତି । ୧.୦୪ କ୍ୟରେଟର ଅସଲି ହୀରାରେ ପ୍ରସ୍ତୁତ ହେବାକୁ ଯାଉଛଇ ଏହି ସ୍ପେଶାଲ ବ୍ୟାଟ୍ । ତେବେ ଏହାର ଲମ୍ବ ୧୫ ମିଟର ଏବଂ ଚଉଡ଼ା ପ୍ରାୟ ୫ ମିଟର ହେବ । ଏହା ପ୍ରାୟତଃ ବିଶ୍ୱର ସବୁଠାରୁ ଦାମୀ ବ୍ୟାଟ୍ ହୋଇପାରେ । ଏହାର ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ତେବେ ଡାଇମଣ୍ଡ ଟେକ୍ନୋଲୋଜି ଏକ୍ସପର୍ଟ ଏବଂ ଲେକ୍ସସ ସଫ୍ଟମ୍ୟାକ କମ୍ପାନୀର ଡାଇରକ୍ଟେର ଉତ୍ପଳ ମିସ୍ତ୍ରୀ ଏହି ବ୍ୟାଟ୍ ର ପ୍ରସ୍ତୁତିର ତଦାରଖ କରିବେ । ତେବେ ପ୍ରାକୃତିକ ହୀରାରେ ନିର୍ମିତ ବ୍ୟାଟ୍ ଦେବାକୁ ଇଚ୍ଛାପ୍ରକାଶ କରିଛନ୍ତି ସୁରଟର ଏହି ବ୍ୟବସାୟୀ । ସୂଚନା ଥାଉ କି ବିରାଟ କୋହଲି ବର୍ତ୍ତମାନ ଆଗାମୀ ଏସିଆ କପ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ ଏସିଆର ଏହି ବଡ଼ ଟୁର୍ଣ୍ଣାମେଣ୍ଟ ।

Get real time updates directly on you device, subscribe now.