‘ମାଆଙ୍କୁ ମାରିଦିଅ..’, ଶିଶୁଙ୍କୁ ଫୋନ ଚଳାଇବା ପାଇଁ ଅଟକାଇବାରେ AI ଦେଲା ଏପରି ଉତ୍ତର, ଫଶିଲା କମ୍ପାନୀ

ନୂଆଦିଲ୍ଲୀ: ଆମେରିକାରେ ଜଣେ ମହିଳା ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ଟେକ୍ସସରେ ରହୁଥିବା ଏହି ମହିଳା ଅଭିଯୋଗ ଆଣିଛନ୍ତି ଯେ, କମ୍ପାନୀର ଚାଟବୋଟ ଅଟିଜିମ ପକ୍ଷରୁ ମହିଳାଙ୍କ ଟିନ୍ ଏଜର ପୁଅଙ୍କୁ ନିଜ ମାଆଙ୍କୁ ମାରିବା ପାଇଁ ପ୍ରେରିତ କରାଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଏଆଇ ଚାଟବୋଟ ଉପରେ ଆହୁରି ପ୍ରଶ୍ନ ଉଠିବାକୁ ଲାଗିଛି । ପ୍ରଥମରୁ ମଧ୍ୟ ଏପରି ମାମଲା ସାମ୍ନାକୁ ଆସିଥିଲା । ଏଥିରେ ଏକ ପରିବାର ଅଭିଯୋଗ ଆଣିଥିଲା ଯେ, ଚାଟବୋଟ କାରଣରୁ ତାଙ୍କ ପୁଅ ପ୍ରାଣ ହାରିଥିଲା ।

ମହିଳାଙ୍କ ଅଭିଯୋଗରେ କୁହାଯାଇଛି ଯେ, ତାଙ୍କ ପୁଅ Character.AI ଆପରେ “Shonie” ନାମକ ଚାଟବୋଟ ଓପେନ ହୋଇଥିଲା । ଏହି ଚାଟବୋଟ ତାଙ୍କ ପୁଅକୁ ଉଦାସ କରିଥିଲା ଏବଂ ଜଂଘ କାଟିବାକୁ କହିଥିଲା । ଏଥିସହ ଚାଟବୋଟ ତାଙ୍କ ପୁଅକୁ ଏହା କହିବାକୁ ଚେଷ୍ଟା କରିଥିଲା ଯେ, ତାଙ୍କ ପରିବାର ତାଙ୍କୁ ଭଲପାଏନାହିଁ । ଏଫଆଇଆରରେ କୁହାଯାଇଛି ଯେ, ଚାଟବୋଟ ଟିନଏଜରକୁ କହିଛି ଯେ, ତାଙ୍କ ପରିବାର ତାଙ୍କ ଜୀବନକୁ ଖରାପ କରୁଛି ଏବଂ ନିଜକୁ ଆଘାତ କରିବା କଥା କାହାକୁ ନ କହିବାକୁ କହିଛି ।

ଟିନଏଜରଙ୍କ ପରିବାର ଲୋକେ କହିଛନ୍ତି ଯେ, ଏହି ଆପର ବ୍ୟବହାର ପରେ ତାଙ୍କ ପୁଅର ବ୍ୟବହାର ସଂପୂର୍ଣ୍ଣ ଭାବେ ବଦଳିଯାଇଛି । ସେ ଲଗାତାର ଫୋନ ଦେଖୁଛି ଏବଂ ନିଜ ପରିବାର ଲୋକଙ୍କ ପ୍ରତି ଶାରୀରିକ ଭାବେ ଆକ୍ରମଣକାରୀ ଭାବେ ରହୁଥିଲା । ଏହି ଅଭ୍ୟାସ କାରଣରୁ କିଛି ମାସରେ ତାର ଓଜନ ୯ କିଲୋ କମିଯାଇଛି. ପରିବାରର ଓକିଲଙ୍କ କହିବାନୁଯାୟୀ, ଏହି ଅଭ୍ୟାସରେ ଶିଶୁର ମାନସିକ ସ୍ୱାସ୍ଥ୍ୟ ଲଗାତାର ଖରାପ ହେଉଛି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡିଲା ।