CHARIDHAM

AI ଫ୍ୟାଶନ୍ ଶୋ’: ଭର୍ଚୁଆଲ ରାମ୍ପରେ ଚାଲିଲେ ଓବାମା, ମୋଦୀ… ଏଲନ ମସ୍କ ଶେୟାର କଲେ ଭିଡ଼ିଓ

ନୂଆଦିଲ୍ଲୀ: ସାଧାରଣତଃ ରାମ୍ପ ଶୋ’ରେ ସୁନ୍ଦର ମଡେଲମାନଙ୍କୁ ଦେଖିବାକୁ ମିଳିଥାଏ । ସେମାନେ ତାଙ୍କ ପୋଷାକ ପରିଧାନ, ଷ୍ଟାଇଲ ଏବଂ ଅନ୍ଦାଜରେ ଚୟନକର୍ତ୍ତା ଏବଂ ଦର୍ଶକଙ୍କ ହୃଦୟ ଜିତିଥାନ୍ତି । ଆପଣ କେବେ AI ନିର୍ମିତ ରାମ୍ପ ଶୋ’ ଦେଖିଛନ୍ତି ? ଟେକ୍ ବିଲିଓନାର ତଥା ଟେସଲା ସିଇଓ ଏଲନ୍ ମସ୍କ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଆଧାରିତ ଏକ AI ଜେନେରେଟେଡ୍ ରାମ୍ପ୍ ଶୋ’ର ଭିଡିଓ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି । ଆଜି(ସୋମବାର) ପୋଷ୍ଟ କରିଥିବା ଏହି ଭିଡ଼ଓରେ ରାମ୍ପରେ ଚାଲୁଥିବା ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରଂଗୀନ ଏବଂ ସୃଜନଶୀଳ ଢ଼ଙ୍ଗରେ ନିର୍ମିତ ପୋଷାକରେ ଭର୍ଚୁଆଲ ରାମ୍ପରେ ଚାଲୁଥିବାର ନଜର ଆସିଛନ୍ତି ।

ଏହି AI ଜେନେରେଟେଡ୍ ରାମ୍ପ୍ ଶୋ’ର ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ, ଆପଲ କମ୍ପାନୀର ସିଇଓ ଟିମ୍ କୁକ୍‌, ଚୀନ୍ ରାଷ୍ଟ୍ରପତି Xi ଜିନପିଙ୍ଗ୍‌, ଆମେରିକା ଉପ ରାଷ୍ଟ୍ରପତି କମଳା ହାରିସ, ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭଳି ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଦେଖିବାକୁ ମିଳିଛି ।