ଫେକ୍ କଲରେ ଲାଗିବ ଲଗାମ୍……. ଅନଲାଇନ୍ ସ୍କାମରଙ୍କୁ ସାବାଡ୍ କରିବା ପାଇଁ ଆସିଗଲେ ଡେଜି ଦାଦି…କଥାରେ ସ୍କାମର ହେବ CONFUSE
ନୂଆଦିଲ୍ଲୀ: ମୋବାଇଲ ଇଣ୍ଟରନେଟ ବ୍ୟବହାର ବଢ଼ିବା ସାଙ୍ଗକୁ ଅନଲାଇନ୍ ସ୍କାମ ମଧ୍ୟ ବଢ଼ିବାରେ ଲାଗିଛି । ଠକମାନେ ନିଜ କଥା ଜାଲରେ ଫସେଇ ଟଙ୍କା ହଡପ କରିବାରେ ଲାଗିଛନ୍ତି । ଠକାମୀର ଶିକାରହୋଇଥିବା ଲୋକ ସତ ଜାଣିଲାବେଳକୁ ସାଇବର ଅପରାଧୀ ସେମାନଙ୍କ ଆକାଉଣ୍ଟରୁ ବ୍ୟାଙ୍କ ସବୁତକ ଟଙ୍କା ଖାଲି କରି ନେଉଛନ୍ତି । ବର୍ତ୍ତମାନ ସମୟରେ ସ୍କାମ୍ ଏତେମାତ୍ରାରେ ବଢ଼ିଗଲାଣି ଯେ, ଉଭୟ ପୋଲିସ ଓ ସାଇବର ଏକ୍ସପର୍ଟଙ୍କ ଭାଳେଣି ପଡ଼ିଗଲାଣି । ଏଥିରୁ ମୁକ୍ତି ପାଇବା ପାଇଁ ଆମେରିକୀୟ ଟେଲିକମ୍ କମ୍ପାନୀ 02 ଏଆଇ ଦାଦି (ଏଆଇ ଗ୍ରାନୀ) ଲଞ୍ଚ କରିଛି । ଏହି ଦାଦି ସ୍କାମରଙ୍କୁ ଫାଲତୁ କାହାଣୀ ଶୁଣେଇ ସେମାନଙ୍କୁ ହଇରାଣରେ ପକାଇଦେବ । ଏହି ଏଆଇ ଦାଦିଙ୍କ ନାଁ ଡେଜି, ଯେ ମଣିଷଙ୍କ ପରି କଥା ହେବା ଲାଗି ସକ୍ଷମ ।
ଡେଜି ଦାଦି ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଠକକୁ ନିଜ କଥାରେ ଫସେଇ ରଖିପାରିବେ । ଦାଦି ସ୍କାମରକୁ ଭଳି କି ଭଳି କାହାଣୀ ମଧ୍ୟ ଶୁଣେଇବେ । ଦାଦିଙ୍କ ମୂଳ ଉଦ୍ଦେଶ୍ୟ ସ୍କାମରଙ୍କୁ ବାଟବଣା କରି ଠକେଇରୁ ଲୋକଙ୍କୁ ରକ୍ଷା କରିବା । ଏଆଇ ଦାଦି ଡେଜି 02କୁ ଟେଲିକମ୍ କମ୍ପାନୀ ‘ସ୍ୱେରର୍ଭ ଦ ସ୍କାମର’ ପକ୍ଷରୁ ନିର୍ମାଣ କରାଯାଇଛି । ଫର୍ଜି କଲ୍ ଉପରେ ଲଗାମ ଲଗାଇବା ପାଇଁ ଏହି ଏଆଇ ତିଆରି କରାଯାଇଛି । ମଣିଷଙ୍କ ପରି ଏହି ଏଆଇ କଲ୍ କରୁଥିବା ଲୋକଙ୍କ କଥାକୁ ପ୍ରଥମେ ଶୁଣିବ, ତା’ ପରେ କଥାକୁ ବୁଝି ସେ ଅନୁସାରେ ଉତ୍ତର ରଖିବ । ଯେଉଁଥିରୁ ସ୍କାମର ଜାଣିପାରିବ ନାହିଁ କି ସେ ଏଆଇ ସହ କଥା ହେଉଛି ଅବା ମଣିଷ ସହ । ରିପୋର୍ଟ ମୁତାବକ ବ୍ରିଟେନରେ ପ୍ରତି ୧୦ ଜଣଙ୍କ ମଧ୍ୟରେ ୭ ଜଣ ଲୋକ ସ୍କାମର ଆଟାକ୍କର ଶିକାର ହେଉଛନ୍ତି ।