fbpx

ଚାକିରୀରେ ଆପଣଙ୍କ ସ୍ଥାନ ନେବ ନାହିଁ ବରଂ କାର୍ଯ୍ୟର ଗୁଣବତ୍ତାରେ ପରିବର୍ତ୍ତନ ଆଣିବ ଏଆଇ, ଆଶ୍ୱସ୍ତି ବାଣୀ ଶୁଣାଇଲା ଜାତିସଂଘ ଅଧ୍ୟୟନ ରିପୋର୍ଟ

ନୂଆଦିଲ୍ଲୀ: ଗତ ନଭେମ୍ବର ୨୦୨୨ରେ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ) ସମଗ୍ର ବିଶ୍ୱକୁ ଚାଟଜିପିଟି ସହ ପରିଚିତ କରାଇଥିଲା ଓ ଦେଶରେ ଆରମ୍ଭ ହୋଇଯାଇଥିଲା ଏଆଇ ବିପ୍ଳବ । ଧୀରେ ଧୀରେ ବିଶ୍ୱର ବହୁ କମ୍ପାନୀ ନିଜର ଏଆଇ ଟୁଲ ମାଧ୍ୟମରେ କାମ ଆରମ୍ଭ କରିଥିଲେ । ଏହାକୁ ନେଇ କେତେକ ଭାବିଥିଲେ ଯେ, ଏହି ଏଆଇ ଟୁଲ୍ ମାନବକୁ ସେମାନଙ୍କ ଜବ୍ କ୍ଷେତ୍ରରେ ସହାୟତା କରିବ । ଅନ୍ୟପକ୍ଷରେ କିଛି ଲୋକ ମଧ୍ୟ ଏହାର ନକରାତ୍ମକ ପରିଣାମକୁ ନେଇ ଭୟଭୀତ ହୋଇଯାଇଥିଲେ । ଅଧିକାଂଶ ଲୋକ ଆଶଙ୍କା କରିଥିଲେ ଯେ, ଏଆଇ ମାନବର ଯାଗା ନେବ ଫଳରେ ବହୁ ଚାକିରୀଜୀବୀ ଓ ଟେକ୍ ଏକ୍ସପର୍ଟ ସେମାନଙ୍କ ଚାକିରୀ ହରାଇବେ । ଏପରିକି ଏଲନ ମସ୍କ ମଧ୍ୟ ଏଆଇର ନକରାତ୍ମକ ଦିଗକୁ ନେଇ ସମସ୍ତଙ୍କୁ ସତର୍କ କରାଇଥିଲେ ।

ଏଆଇ ସଂପର୍କରେ ଜାତିସଂଘର ଅଧ୍ୟୟନ ରିପୋର୍ଟ:
ନିକଟରେ ଜାତିସଂଘର ଆନ୍ତର୍ଜାତିକ ଶ୍ରମ ସଂସ୍ଥା( ଆଇଏଲ୍ଓ) କହିଛି ଏଆଇ ଆମମାନଙ୍କର କାର୍ଯ୍ୟଶୈଳୀ ବଦଳାଇ ଦେବ, କିନ୍ତୁ ମାନବର ସ୍ଥାନ ନେବ ନାହିଁ । ଏକ ରିପୋର୍ଟରେ କୁହାଯାଇଛି ଆଗକୁ ବିଭିନ୍ନ ଚାକିରୀ ଓ ଶିଳ୍ପ କ୍ଷେତ୍ର ଆଶିଂକ ସ୍ୱୟଂଚାଳିତ ହେବ । ଆଏଲଓ ଆହୁରି କହିଛି ଏଆଇର ଚାଟଜିପିଟି ଦ୍ୱାରା ପ୍ରାୟ କମ୍ପାନୀ ବହୁ ଦିଗରୁ ଉପକୃତ ହେବେ । ଏଣୁ ଏଆଇ ଦ୍ୱାରା ଚାକିରୀ ହ୍ରାସ ପାଇବ ନାହିଁ ବରଂ ଚାକିରୀର ଗୁଣବତ୍ତା ବୃଦ୍ଧି ପାଇବ ।
ଅଧ୍ୟୟନରେ ଆହୁରି କୁହାଯାଇଛି ଯେ, ଏଆଇର ପ୍ରଭାବ ଅଲଗା ଅଲଗା ପ୍ରଫେସନ ଓ ଅଞ୍ଚଳ ଅନୁଯାୟୀ ଭିନ୍ନ ରହିବ । ତେବେ ପୁରୁଷଙ୍କ ତୁଳନରେ ମହିଳାମାନଙ୍କର ଚାକିରୀ ବେଶୀ ପ୍ରଭାବିତ ହେବ ।
ଅନ୍ୟପକ୍ଷରେ ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ କହିଛନ୍ତି ମାନବ ସମାଜ ଉପରେ ଏଆଇର ପ୍ରଭାବ ସଂପୂର୍ଣ୍ଣ ଭାବରେ ସକରାତ୍ମକ ରହିବ ନାହିଁ । ସେ କହିଛନ୍ତି ବହୁ ଲୋକ ଯେଉଁମାନେ ଏଆଇ ଉପରେ କାମ କରିଛନ୍ତି ସେମାନେ ଏହାର ଭଲ ପ୍ରଭାବ ରହିଛି ବୋଲି ଛଳନା କରୁଛନ୍ତି । ସେମାନଙ୍କ ମତରେ ଏହା ମାନବ ଲାଗି ଏକ ପ୍ରେରକ ଭାବରେ କାମ କରିବ ଓ ମାନବର ବିକଳ୍ପ ଭାବରେ କାମ କରିବ ନାହିଁ । କିନ୍ତୁ ପ୍ରକୃତ କଥା ଏହା ନୁହେଁ । ବାସ୍ତବରେ ବହୁ ଚାକିରୀ ସଂଖ୍ୟା ହ୍ରାସ ପାଇବ ବୋଲି ଅଲ୍ଟମାନ କହିଛନ୍ତି ।
ଅଲ୍ଟମାନ ଆହୁରି ମଧ୍ୟ କହିଛନ୍ତି ଓପନ୍ ଏଆଇ ଚାଟଜିପିଟି ଠାରୁ ଅଧିକ ଶକ୍ତିଶାଳୀ ହୋଇ କାମ କରିବ କିନ୍ତୁ ସମାଜ ଏହି ଉତ୍ତରଣକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ନ ଥାଇ ପାରନ୍ତି । ଲୋକମାନଙ୍କୁ ଟେକ୍ନୋଲଜିର ଏହି ଉତ୍ତରଣ ସହିତ ଆଡଜଷ୍ଟ ହେବାକୁ ଆହୁରି କିଛି ସମୟ ଲାଗିବ ।

Get real time updates directly on you device, subscribe now.